ଖେଳ ଦେଶ ବିଦେଶ

ଗୁରୁବାର ଭାରତ-ଶ୍ରୀଲଙ୍କା ପ୍ରଥମ ଟି୨୦ : ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

ଲକ୍ଷ୍ନୌ ୨୪/୦୨ : ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀ ଏକନ କ୍ରିକେଟ୍‌ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । କିନ୍ତୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ମ୍ୟାଚ୍‌ର ଦିନକ ପୂର୍ବରୁ ଇନ୍‌ ଫର୍ମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି । ଇଣ୍ଡିଜ ବିପକ୍ଷ ଅନ୍ତିମ ଟି-ଟ୍ୱେଣ୍ଟିରେ ତାଙ୍କ ହାତରେ ଆଘାତ ଲାଗିଥିଲା । ତାଙ୍କ ପୂର୍ବରୁ ଦୀପକ ଚହର ମଧ୍ୟ ବାଦ ପଡ଼ିଥିଲେ । ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟି-ଟ୍ୱେଣ୍ଟି ଜିତିବା ପରେ ଦଳ ଫର୍ମକୁ ଫେରିଛି । ପୂର୍ବ ପ୍ରଦର୍ଶନ ଭାରତ ବିପକ୍ଷରେ ଦୋହରାଇବା ନେଇ ଦଳ ଲକ୍ଷ୍ୟ ରଖିଛି ।ଗୁରୁବାର ମ୍ୟାଚ୍‌ ରାତି ୭.୦୦ଟାରୁ ଆରମ୍ଭ ହେବ ।

ମଧ୍ୟକ୍ରମରେ ପରୀକ୍ଷା ନିରୀକ୍ଷା
ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜରୁ ଅଭିଯାନ ଆରମ୍ଭ କରିଥିଲେ । ତାଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜକୁ ମୂଳପୋଛ କରିଥିଲା । ତାଙ୍କ ନିକଟରେ ଆଉ ଏକ ଘରୋଇ ସିରିଜ ହାତେଇବାର ସୁଯୋଗ ରହିଛି । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଭାରତ ମଧ୍ୟକ୍ରମରେ ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ ରହିଛି । ରୋହିତ ଶର୍ମାଙ୍କ ସହ ଋତୁରାଜ ଗାଏକୱାଡଙ୍କୁ ଓପନିଂ ସୁଯୋଗ ମିଳିପାରେ । ଇଶାନ କିଷନ, ଶ୍ରେୟାସ ଆୟର ଓ ପ୍ରତ୍ୟାବର୍ତ୍ତନ କରିଥିବା ସଞ୍ଜୁ ସାମସନ୍‌ ଯଥାକ୍ରମେ ୩ରୁ ୫ନଂ ସ୍ଥାନରେ ବ୍ୟାଟିଂ କରିବେ ।

ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍‌ କିପର ଭାବେ ଟିମ୍‌ ମ୍ୟାନେଜମେଣ୍ଟ ସାମସନଙ୍କୁ ଖେଳାଇବାକୁ ଯୋଜନା ରଖିଛି । ସୂର୍ଯ୍ୟକୁମାରଙ୍କ ଅନୁପସ୍ଥିତିରେ ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଭେଙ୍କଟେଶ ଆୟର ଷଷ୍ଠ ସ୍ଥାନ ପକ୍କା କରି ସାରିଛନ୍ତି । ସେ ଗତ ସିରିଜରେ ଏହି ସ୍ଥାନରେ ବ୍ୟାଟିଂ କରି ସଫଳ ହୋଇଥିଲେ । ପ୍ରତ୍ୟାବର୍ତ୍ତନ କରିଥିବା ଯଶପ୍ରୀତ ବୁମ୍‌ରାଙ୍କ ସମେତ ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ପେସ୍‌ ବିଭାଗ ସମ୍ଭାଳିବେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଥିବାରୁ ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ରୋହିତ, ଭେଙ୍କଟେଶଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ