କଳା ଓ ସଂସ୍କୃତି ଧର୍ମ

ଗୁପ୍ତ ନବରାତ୍ରିରେ ଏହି ୧୦ ମହାବିଦ୍ୟା ପୂଜା କରିବା ଦ୍ୱାରା ପୂରଣ ହୋଇଥାଏ ସବୁ କାମ, ସିଦ୍ଧ ହୁଏ ସାଧକଙ୍କ ସବୁ କାମ

ଭୁବନେଶ୍ୱର ୧୩/୦୨ : ଫେବୃଆରୀ ୧୨ ତାରିଖ ଶୁକ୍ରବାର ଠାରୁ ଗୁପ୍ତ ନବରାତ୍ରି ଆରମ୍ଭ ହୋଇଛି। ଗୁପ୍ତ ନବରାତ୍ରି ସମୟରେ ତନ୍ତ୍ର ମନ୍ତ୍ର ସିଦ୍ଧି କରାଯାଇଥାଏ। ସେଥିପାଇଁ ଏହାକୁ ଗୁପ୍ତ ନବରାତ୍ରି କୁହାଯାଏ। ପୌରାଣିକ କଥା ଅନୁଯାୟୀ, ଗୁପ୍ତ ନବରାତ୍ରିରେ ଗୁପ୍ତ ତରିକାରେ ୧୦ ମହାବିଦ୍ୟା ପୂଜା କରାଯାଇଥାଏ। ଯେତେ ଗୁପ୍ତ ତରିକାରେ ପୂଜା କରାଯାଏ ଫଳ ମଧ୍ୟ ସେତିକି ପ୍ରଭାବୀ ହୋଇଥାଏ। ଏହି ମହାବିଦ୍ୟା ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାଏ। ପଢନ୍ତୁ କଣ ସେହି ୧୦ ମହାବିଦ୍ୟା

୧. ମା କାଳିକେ – ମା କାଳିକେ ୧୦ ମହାବିଦ୍ୟାରୁ ଗୋଟିଏ। ମା’ କାଳୀଙ୍କ ୪ଟି ରୂପ- ଦକ୍ଷିଣ କାଳୀ, ସ୍ମଶାନ କାଳୀ, ମାତୃ କାଳୀ ଓ ମହାକାଳୀ। ପୌରାଣିକ କଥା ଅନୁସାରେ ମା କାଳିକେ କଳିଯୁଗର ଜାଗ୍ରତ ଦେବୀ।

୨. ତାରା ଦେବୀ – ହିନ୍ଦୁ ଧର୍ମରେ ୧୦ ମହାବିଦ୍ୟା ମଧ୍ୟରେ ତାରା ଦେବୀ ଦ୍ୱିତୀୟ ମହାବିଦ୍ୟା। ମାତା ତାରାଙ୍କୁ ତାନ୍ତ୍ରିକଙ୍କ ଦେବୀ ବୋଲି କୁହାଯାଏ। ମା’ଙ୍କ ସାଧନା ଦ୍ୱାରା ତନ୍ତ୍ର ସାଧକଙ୍କ ସବୁ କାମ ସିଦ୍ଧ ହୋଇଥାଏ।

୩. ତ୍ରିପୁରା ସୁନ୍ଦରୀ – ତ୍ରିପୁରା ସୁନ୍ଦରୀ ୧୦ ମହାବିଦ୍ୟାରୁ ଜଣେ। ପୌରାଣିକ କଥା ଅନୁସାରେ ମା’ ବର ଦେବ ପାଇଁ ସଦା ସର୍ବଦା ତତ୍ପର ମା’ ଭଗବତୀଙ୍କ ଶ୍ରୀବିଗ୍ରହ ସୌମ୍ୟ ଏବଂ ଦୟାର ପ୍ରତୀକ।

୪. ଭୁବନେଶ୍ୱରୀ – ମା’ ଭୁବନେଶ୍ୱରୀ ସଂସାରର ଯଶ ଓ ଐଶ୍ବର୍ଷ୍ୟର ଦେବୀ। ଭୁବନେଶ୍ୱରୀ ଆଦିଶକ୍ତିର ପଞ୍ଚମ ସ୍ୱରୂପ। ଏହି ରୂପରେ ମା ତ୍ରିଦେବଙ୍କୁ ଦର୍ଶନ ଦେଇଥିଲେ। ଭୁବନେଶ୍ୱରୀଙ୍କ ଏକ ମୁଖ ଓ ଚାରି ହାତ ଅଛି।

୫. ମାତା ଛିନ୍ନମସ୍ତା – ମାତା ଛିନ୍ନମସ୍ତାଙ୍କ ଗୋଟିଏ ହାତରେ ନିଜର କଟା ମୁଣ୍ଡ ଓ ଅନ୍ୟ ହାତରେ ଅସ୍ତ୍ର ରହିଥାଏ। ଏହି ମହାବିଦ୍ୟାର ସମ୍ବନ୍ଧ ମହାପ୍ରଳୟ ସହ ଅଛି। ଏହି ମହାବିଦ୍ୟାକୁ ଭଗବତୀ ତ୍ରିପୁରାସୁନ୍ଦରୀଙ୍କ ରୌଦ୍ର ରୂପ ବୋଲି କୁହାଯାଏ।

୬. ତ୍ରିପୁର ଭୈରବୀ – ତ୍ରିପୁର ଭୈରବୀଙ୍କ ପୂଜା କଲେ ସବୁ ପରଲର ମୁକଦମା, ବନ୍ଧନ ଓ କାରାବାସରୁ ମୁକ୍ତି ମିଳିଥାଏ। ମା’ଙ୍କୁ ସିଦ୍ଧ ଭୈରବୀ, କାଳେଶ୍ଵର ଭୈରବୀ, କାମେଶ୍ୱରୀ ଭୈରବୀ ମଧ୍ୟ କୁହାଯାଏ।

୭. ଧୂମାବତୀ – ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କ ଦ୍ୱାରା ପ୍ରକଟ ୧୦ ମହାବିଦ୍ୟା ମଧ୍ୟରୁ ସପ୍ତମ ସ୍ଥାନରେ ଅଛନ୍ତି ମା ଧୂମାବତୀ। ମା’ଙ୍କୁ ଦରିଦ୍ରତା ବିନାଶନୀ ବୋଲି ମଧ୍ୟ କୁହାଯାଏ।

୮. ମାତା ବଗଳାମୁଖୀ – ଅଷ୍ଟମ ମହାବିଦ୍ୟା ମା’ ବଗଳାମୁଖୀ। ପୌରାଣିକ କଥା ଅନୁସାରେ ମା’ ଯୁଦ୍ଧରେ ବିଜୟୀ ଓ ବାକ ଶକ୍ତି ପ୍ରଦାନକାରୀ ଦେବୀ। ଯୁଦ୍ଧରେ ବିଜୟ ପାଇଁ ଏବଂ ଶତ୍ରୁ ନାଶ ହେତୁ ମା’ଙ୍କୁ ପୂଜା କରାଯାଇଥାଏ।

୯. ମାତଙ୍ଗୀ – ମାତଙ୍ଗୀ ମାତାଙ୍କୁ ଶିବଙ୍କ ଶକ୍ତି ବୋଲି କୁହାଯାଏ। ମାତଙ୍ଗ ଭଗବାନ ଶିବଙ୍କ ଅନ୍ୟନାମ। ମାତା ମାତଙ୍ଗୀ ଗୃହସ୍ଥ ଜୀବନକୁ ସୁଖମୟ କରିବାକୁ, ଅସୁରଙ୍କୁ ମୋହିତ କରିବାକୁ ଏବଂ ସାଧକଙ୍କୁ ଇଚ୍ଛିତ ଫଳ ପ୍ରଦାନ କରିଥାନ୍ତି।

୧୦ କମଳା ଦେବୀ – ପୌରାଣିକ କଥା ଅନୁସାରେ, କମଳା ଦେବୀ ୧୦ ମହାବିଦ୍ୟାରୁ ଦଶମ ଦେବୀ। ସେ ତାନ୍ତ୍ରିକ ଲକ୍ଷ୍ମୀ ନାମରେ ମଧ୍ୟ ଜଣା। ସେ ସୁଖ, ସମ୍ପନ୍ନତା, ସୌଭାଗ୍ୟ, ବଂଶ ବିସ୍ତାର ଦେବୀ ବୋଲି କୁହାଯାଏ।

(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ, ଡାକ୍ତରଙ୍କୁ ପରାମର୍ଶ ଆବଶ୍ୟକ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ