ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗୁପଚୁପ୍ ପ୍ରେମୀଙ୍କ ପାଇଁ ଆସିଲା ମେସିନ୍: ଆଉ ହାତ ଲଗାଇବାକୁ ପଡ଼ିବନି, ମେସିନ୍ ସାହାଯ୍ୟରେ ପକାଇ ପାରିବେ ଖଟା ପାଣି

ନୂଆଦିଲ୍ଲୀ ୧୭/୧୧ : ଗୁପଚୁପ ସମସ୍ତଙ୍କର ବହୁତ ପସନ୍ଦ। ବହୁତ ଲୋକ ରାସ୍ତାକଡରେ ଛିଡା ହୋଇ ଗୁପଚୁପ୍ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ କେହି ଘରେ ଗୁପଚୁପ୍ ତିଆରି କରିବାକୁ ରାଜି ହୋଇନଥାନ୍ତି। କାରଣ ଗୁପଚୁପ ତିଆରି କରିବା କାଠିକର ପାଠ। ଅନେକ ସମୟରେ ବହୁ ଚେଷ୍ଟା ସତ୍ତ୍ୱେ ଠେଲା ଭଳି ଗୁପଚୁପ ଘରେ ହୋଇପାରିନଥାଏ। ସେଥିପାଇଁ ଲୋକେ ବାହାରେ ଯାଇ ଖାଇବାକୁ ଭଲପାଆନ୍ତି। ଗୁପଚୁପ୍ ପ୍ରିୟ ଲୋକଙ୍କ ପାଇଁ ଏକ ଖୁସି ଖବର। ପଞ୍ଜାବ ଅମୃତସର ଶାସ୍ତ୍ରୀ ମାର୍କେଟରେ ଗୁପଚୁପ୍ ପ୍ରେମୀଙ୍କ ପାଇଁ ଏକ ମେସିନ୍ ଲାଗିଛି। ମେସିନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ମେସିନ୍ ଲାଗିବା ପରେ ଲୋକେ ବିନା ସଂକ୍ରମଣ ଭୟରେ ଗୁପଚୁପ ଖାଇବାକୁ ପସନ୍ଦ କରୁଛନ୍ତି ଓ ଗୁପଚୁପରେ ମଜା ନେଉଛନ୍ତି।

ଏହି ମେସିନ୍ ଲାଗିବା ପରେ ଦୋକାନୀଙ୍କୁ ନିଜେ ଗୁପଚୁପରେ ପାଣି ଭର୍ତ୍ତି କରିବାକୁ ପଡୁନାହିଁ। ମେସିନ୍ ଜରିଆରେ ଗ୍ରାହକ ନିଜେ ଗୁପଚୁପରେ ପାଣି ପୁରେଇ ପାରିବେ। ସେ ପୁଣି ଗୋଟେ ପ୍ରକାର ନୁହେଁ, ୬ ପ୍ରକାରର। ଗୁପଚୁପ ପାଣି ବିଭିନ୍ନ ଫ୍ଲେଭରରେ ଉପଲବ୍ଧ।


କରୋନା ଭାଇରସରୁ ବଞ୍ଚିବା ପାଇଁ ଅମୃତସର ଶାସ୍ତ୍ରୀ ମାର୍କେଟରେ ଏହିଭଳି ଏକ ଗୁପଚୁପ ମେସିନ୍ ଲାଗିଛି ଯାହାକୁ ସ୍ପର୍ଶ ନ କରି ଗୁପଚୁପ୍ ପ୍ରସ୍ତୁତ କରିହେବ। ବିକ୍ରେତା ମେସିନ୍ ସାହାଯ୍ୟରେ ଗୁପଚୁପରେ ଦିଆଯାଉଥିବା ୬ ପ୍ରକାରର ପାଣି ପ୍ରସ୍ତୁତ କରନ୍ତି ଏବଂ ମେସିନ୍ ସାହାଯ୍ୟରେ ହିଁ ଗୁପଚୁପରେ ପାଣି ପକାଇ ଗ୍ରାହକଙ୍କୁ ଖାଇବାକୁ ଦିଅନ୍ତି।

ଏହି ମେସିନ ଯୋଗୁଁ ନା କରୋନା ଭୟ ରହିଛି ନା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଉ କିଛି ସମସ୍ୟା। ଏହା ସମ୍ପୂର୍ଣ ହାଇଜିନ୍। ଦୋକାନ ମାଲିକଙ୍କ କହିବାନୁଯାୟୀ, କରୋନା କାଳରେ ତାଙ୍କ କାମ ବହୁତ କମିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଲୋକେ ଗୁପଚୁପ ଖାଇବାକୁ ପସନ୍ଦ କରୁନଥିଲେ। କିନ୍ତୁ ହିଁ ମେସିନ ଲଗାଇବା ପରେ ପୁଣିଥରେ ତାଙ୍କ ପାଖରେ ଗ୍ରାହକଙ୍କ ଭିଡ ଜମୁଛି। ହାଇଜିନିକ୍ ଗୁପଚୁପ ଖାଇବାକୁ ଲୋକଙ୍କ ଲାଇନ ଲାଗୁଛି। ପଞ୍ଜାବରେ ପ୍ରଥମ ମେସିନ ଲଗାଯାଇଛି।

ଗ୍ରାହକଙ୍କ କହିବାନୁସାରେ, ଏହି ମେସିନ୍ ଆସିବା ପରେ କରୋନା ଭୟ ନାହିଁ। ଏହା ସୁରକ୍ଷିତ। ଦୋକାନୀ ଗୁପଚୁପକୁ ହାତ ଲଗାନ୍ତିନି। ମେସିନ୍ ସାହାଯ୍ୟରେ ଗୁପଚୁପରେ ଗ୍ରାହକ ନିଜେ ପାଣି ଭର୍ତ୍ତି କରନ୍ତି। ଗ୍ରାହକ ଗୁପଚୁପରେ ୬ ପ୍ରକାରର ପାଣି ଭର୍ତ୍ତି କରି ଖାଇପାରିବେ। ମେସିନ୍ ଯୋଗୁଁ ବର୍ତ୍ତମାନ ଅମୃତସରରେ ଗୁପଚୁପର ଚାହିଦା ମଧ୍ୟ ବଢିଛି। ମେସିନ୍ ଗୁପଚୁପ ଖାଇବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ