ଅପରାଧ ରାଜ୍ୟ

ଗୁଣ୍ଡୁରୁଚୁଆଁ ନାବାଳିକା ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୩୦ ବର୍ଷ ଜେଲ ଦଣ୍ଡ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆରେ ୨୦୧୫ରେ ଘଟିଥିବା ଏକ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଗୁଣ୍ଡୁରୁଚୁଆଁର ପ୍ରତାପ ପଟେଲ, ସାରଥୀ କିସାନ ଓ ରାଜେନ୍ଦ୍ର ନାୟକ ଓରଫ୍‌ ରାଜିନ ଖାଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରି ୩୦ ବର୍ଷ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦାଖଲ ପାଇଁ ଆଦେଶ ଦେଇଛନ୍ତି। ବିବରଣୀ ଅନୁସାରେ, ୨୦୧୫ ମସିହା ଜୁଲାଇ ୨ ତାରିଖରେ ଗୁଣ୍ଡୁରୁଚୁଆଁ ନିକଟସ୍ଥ ସିଆଲମୁଣ୍ଡା ନଦୀଘାଟକୁ ନାବାଳିକା ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିଲେ। ସେଠାରେ ପ୍ରତାପ , ସାରଥୀ ଓ ରାଜେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା କାହା ସମ୍ମୁଖରେ ପ୍ରଘଟ କଲେ ମାରି ଦେବୁ ବୋଲି କହି ଧମକ ଦେଇଥିଲେ।

ପୀଡ଼ିତାଙ୍କ ସାଙ୍ଗ ଜଣକ ସେଠାରୁ ଦୌଡ଼ି ପଳାଇ ନିକଟସ୍ଥ ବଲଣ୍ଡା ଗ୍ରାମବାସୀଙ୍କୁ ଜଣାଇଥିଲେ। କେହି ଜଣେ ଗ୍ରାମବାସୀ ଆସି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। କୁଚିଣ୍ଡା ତତ୍‌କାଳୀନ ଏସ୍‌ଡିପିଓ ରାମ ପ୍ରସାଦ ସାହୁ ଏହି ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସମ୍ବଲପୁର ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍‌ ତଥା ସ୍ପେସାଲ କୋର୍ଟ (ପୋକ୍ସୋ) ବିଭିନ୍ନ ଦିଗରୁ ବିଚାର କରି ତାଙ୍କ ରାୟରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ୩୦ବର୍ଷ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।