ମାଲକାନଗିରି ୧୮।୦୫ : ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ଗାଁ ଲୋକଙ୍କ ଉପସ୍ଥିତିରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍କୁରୁକୋଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, କାଙ୍କୁରୁକୋଣ୍ଡା ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ଉପସ୍ଥିତିରେ କାଙ୍କୁରୁକୋଣ୍ଡା ଗାଁରେ ସଭା ଚାଲୁଥିବା ବେଳେ କିଛି ଯୁବକ ବୟସ୍କ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ।ମୃତକ କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ ବୋଲି ଜଣାପଡିଛି ।
ସେପଟେ ହତ୍ୟା ପରେ କାଙ୍କୁରୁକୋଣ୍ଡା ଗାଁ ପୁରୁଷ ଶୁନ୍ୟ ହୋଇଯାଇଥିବା ବେଳେ ଗାଁରେ କାଲିମେଳା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଛି କାଲିମେଳା ଥାନା ପୋଲିସ ।