ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁଣିଗାରେଡ଼ି ସ‌ନ୍ଦେହରେ ବୃଦ୍ଧଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ହତ୍ୟା କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ପଦିଆ ମାଡକାମି (୬୫)।

ସୂଚନା ଅନୁଯାୟୀ, ଗ୍ରାମର ପଦିଆ ମାଡକାମି (୬୫) ପୁଜାର୍ଚ୍ଚନା କାର୍ଯ୍ୟ କରନ୍ତି। ଗତ କିଛି ଦିନ ଧରି ଗ୍ରାମର କିଛି ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଗ୍ରାମବାସୀ ସନ୍ଦେହ କରୁଥିଲେ ଯେ ପଦିଆ ଗୁଣିଗାରେଡ଼ି କରୁଥିବାରୁ ଏପରି ଘଟୁଛି।

ବୁଧବାର ସକାଳେ ଏନେଇ ଗାଁରେ ପ୍ରଜାକୋର୍ଟ ବସିଥିଲା। ଗ୍ରାମବାସୀମାନେ ପଦିଆଙ୍କୁ ତାଙ୍କ ପୁଅ, ଝିଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ପଦିଆ ମାଡକାମୀଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଛାନ୍‌ଭିନ୍ କରିବା ସହିତ ୫ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।