ରାଜ୍ୟ

ଗୁଣିଗାରେଡ଼ିର କରୁଣ ପରିଣତି: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ ଇଞ୍ଜେକ୍ସନ୍‌ ଛୁଞ୍ଚି

ସମ୍ବଲପୁର: ବୁର୍ଲା ଭିମ୍‌ସାରରେ ଜରୁରୀକାଳୀନ ଅସ୍ତ୍ରୋପଚାର କରି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅନ୍ତର୍ଗତ ଇଚ୍ ଗାଁର ରେଶ୍ମା ବେହେରାଙ୍କ ମୁଣ୍ଡରୁ ୭୦ଟି ଇଞ୍ଜେକ୍ସନ୍‌ ଛୁଞ୍ଚି ବାହାର କରାଯାଇଛି। ପ୍ରାୟ ୪ ବର୍ଷ ତଳେ ରେଶ୍ମାଙ୍କ ମୁଣ୍ଡରେ ଜଣେ ତାନ୍ତ୍ରିକ ପୂରାଇଥିବା ଏତେ ସଂଖ୍ୟକ ଛୁଞ୍ଚି ବାହାରିବା ଘଟଣା ଆଶ୍ଚର୍ଯ୍ୟଚକିତ କରିଛି। ଗୁରୁବାର ସନ୍ଧ୍ୟା ୭ଟାରେ ରେଶ୍ମା ବେହେରା(୧୯)ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ଗୁରୁତର ଅବସ୍ଥାରେ ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଥିଲା। ରାତି ୨ଟାରେ ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ତାଙ୍କ କପାଳ ନିକଟରୁ ୭୦ଟି ଇଞ୍ଜେକ୍ସନ୍‌ ପାଇଁ ବ୍ୟବହୃତ ଛୁଞ୍ଚି ବାହାର କରାଯାଇଥିଲା। ରେଶ୍ମାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତଥାପି, ଆଉ ଥରେ ମୁଣ୍ଡର ଏକ୍କ-ରେ କରାଯିବ। ଯଦି, କେଉଁଠି ଆଉ ଛୁଞ୍ଚି ରହିଯାଇଥିବ, ପୁଣି ଥରେ ‌ଅସ୍ତ୍ରୋପଚାର କରାଯିବ। ରେଶ୍ମା ସୁସ୍ଥ ଥିଲେ ବି ସେ ସାମାନ୍ୟ ମାନସିକ ରୋଗରେ ଆକ୍ରାନ୍ତ ଥିବା ମନେ ହେଉଛି ବୋଲି ଡାକ୍ତର କହିଛନ୍ତି।

ଅପରପକ୍ଷେ ପୂର୍ବରୁ ରେଶ୍ମାଙ୍କ ମୁଣ୍ଡରୁ ୮ରୁ ଅଧିକ ଛୁଞ୍ଚି ପରିବାର ଲୋକେ ବାହାର କରିସାରିଥିବା ତାଙ୍କ ବାପା ବିଷ୍ଣୁ ବେହେରା କହିଛନ୍ତି।
ଗତ ୨୦୨୧ରେ ରେଶ୍ମା ତାଙ୍କ ମା’ଙ୍କ ମୃତ୍ୟୁ ପରେ ସମୟ ସମୟରେ ଅଚାନକ ଚମକି ଭୟଭୀତ ହୋଇପଡ଼ୁଥିଲେ। ପରିବାର ଲୋକେ ଗୁଣିଗାରେଡ଼ି ହୋଇଥିବା ସନ୍ଦେହ କରି ରେଶ୍ମାକୁ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜାମୁଟଝୁଲା ଗାଁ ଶାନ୍ତିପଡ଼ା ଗାଁର ତାନ୍ତ୍ରିକ ବାବା ତେଜରାଜ ରଣାଙ୍କ ନିକଟକୁ ନେଇଥିଲେ। ସେହି ସମୟରେ ତାନ୍ତ୍ରିକ ଜଣକ ରେଶ୍ମାଙ୍କ ମୁଣ୍ଡ ଓ ହାତରେ ଅନେକ ଛୁଞ୍ଚି ପୂରାଇଥିବାରୁ ରକ୍ତସ୍ରାବ ହୋଇଥିଲା। ପରେ ରେଶ୍ମାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେଧୀରେ ବିଗିଡ଼ାବାରେ ଲାଗିଥିଲା। ଗୁରୁତର ଅବସ୍ଥାରେ ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭିମ୍‌ସାରକୁ ଅଣାଯାଇଥିଲା। ଏପଟେ ରେଶ୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ କଣ୍ଟାବାଞ୍ଜି ପୁଲିସ ତାନ୍ତ୍ରିକ ବାବା ତେଜରାଜ ରଣାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।