ରାଜ୍ୟ

ଗୁଣିଆକୁ ଭରସା କରି ଚାଲିଗଲା ଅମୂଲ୍ୟ ଜୀବନ

ହାଟଡିହି: ଘରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ କାମୁଡ଼ିଲା ବିଷାକ୍ତ ସାପ, ହେଲେ ବିଷ ଝାଡ଼ିବାକୁ ଗୁଣିଆ ପାଖରେ ୪ ଘଣ୍ଟାର କସରତ ପରେ ଯୁବକଙ୍କୁ ମେଡିକାଲ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜାବିନପୁର ଗାଁରେ।

ଗ୍ରାମର ମାନସ ମୁଣ୍ଡା ନାମକ ଜଣେ ଯୁବକ ଘରେ ଶୋଇଥିବା ଅବସ୍ଥାରେ ରାତି ୧୧ ଟା ସମୟରେ କୌଣସି ଏକ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡ଼ିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ମାନସଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ଭୋର ୫ ଟା ସମୟରେ ମାନସଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

ତେବେ ଗୁଣିଆ ପାଖରେ ସମୟ ନଷ୍ଟ ନକରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।