ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଗୁଡ ଖାଇଲେ ମିଳେ ଏସବୁ ଲାଭ

ଚିନି ଅପେକ୍ଷା ଗୁଡ ଶରୀର ପାଇଁ ଅଧିକ ହିତକର ବୋଲି ଡାକ୍ତରମାନେ କହନ୍ତି | ଗୁଡ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର। କୁହାଯାଏ ନିୟମିତ ଗୁଡ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ତେବେ ଜାଣନ୍ତୁ ଗୁଡ ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ | ଗୁଡ ନିୟମିତ ଖାଇବା ଦ୍ୱାରା ହାଡ ଶକ୍ତ ରହିଥାଏ |

ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଯାହାକି ହାଡ଼ ଶକ୍ତ କରିବାରେ ସହାୟତା କରେ। ସେହିପରି ଗୁଡରେ ପ୍ରଚୁର ଲୌହ ରହିଥାଏ | ଯଦି ଆପଣଙ୍କ ହିମୋଗ୍ଲୋବିନ୍‌ କମ୍‌ ରହିଛି, ତେବେ ପ୍ରତ୍ୟେକ ଦିନ ଗୁଡ ଖାଇବା ଦ୍ବାରା ଆପଣଙ୍କୁ ଅନେକ ଲାଭ ମିଳିବ। ତେଣୁ ଗର୍ଭବତୀ ମହିଳାଙ୍କୁ ଗୁଡ ଖାଇବା ଲାଗି ଡାକ୍ତର ପରାମର୍ଶ ଦିଅନ୍ତି।

ରକ୍ତହୀନତା ରୋଗୀଙ୍କ ପାଇଁ ଗୁଡ଼ ବହୁତ ଲାଭଦାୟକ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ ଖାଇବା ଭଲ। ସେହିପରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଗୁଡ ଖାଇବା ଦ୍ୱାରା ଏହାର ନିରାକରଣ ହୋଇପାରିଥାଏ |

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ