ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁଡ଼ାରିରେ ବାଘ ଆତଙ୍କ; ବାଛୁରୀକୁ ମାରି ଖାଇଲା, ରାତି ହେଲେ ଘୁରି ବୁଲୁଛି

ରାୟଗଡ଼ା: ଗୁଡାରି ଅଂଚଳରୁ ବାଘ ହଟୁନାହିଁ। ରାତି ହେଲେ ଗାଁ ଗାଁ ବୁଲୁଛି। ସୋମବାର ରାତିରେ ଗୁଡ଼ାରି ଅଂଚଳର ତେମ୍ବାଗୁଡା ଗ୍ରାମରେ ପଶି ରାଜେଶ ରାଓଙ୍କର ବାଛୁରୀକୁ ମାରି ଖାଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି। ସଂଧ୍ୟା ହେଲେ ତାଟିକବାଟ ପଡିଯାଉଛି। ଅନ୍ୟଦିଗରେ ବନ ବିଭାଗର ଦୁଇଟି ଟିମ ବାଘର ସନ୍ଧାନରେ ଦିନରାତି ଏକ କରିଦେଇଛନ୍ତି। ଗତ ଦୁଇ ସପ୍ତାହ ହେଲା ବାଘ ଗୁଡାରି, ପଦ୍ମପୁର ଏବଂ ଗୁଣୁପୁର ଜଂଗଲରେ ଘୁରି ବୁଲୁଛି। ଦିନବେଳା ବାଘ ଜଂଗଲରୁ ବାହାରକୁ ବାହାରୁନଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛି।

ସୋମବାର ରାତିରେ ବାଛୁରୀକୁ ଖାଇବା ପରେ ଜଂଗଲରେ ତାର ହାଡ ପଡିଥିବା ଗାଁ ଲୋକ ଦେଖିବା ପରେ ରାଜେଶ ରାଓଙ୍କୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଜଂଗଲରେ ପଶି ବାଘର ପାଦ ଚିହ୍ନ ଠାବ କରିଥିଲେ। ବଂଶଧାରା ନଦୀ କୂଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। କାରଣ ପାଣି ପିଇବାକୁ ଜଂଗଲି ଜନ୍ତୁ ଆସିଲେ ବାଘ ସହଜରେ ଶିକାର କରିପାରିବ। ତେଣୁ ଏହି ଅଂଚଳରେ ବାଘ ବୁଲୁଥିବା ବନ ବିଭାଗ ସ୍ପଷ୍ଟ ହୋଇଛନ୍ତି। ଗ୍ରାମବାସୀ ତୁରନ୍ତ ବାଘକୁ କାବୁ କରି ଅନ୍ୟତ୍ର ଛାଡିବାକୁ ଦାବି କରିଛନ୍ତି।

ବାଛୁରୀ ଖାଇଲା ଆଗକୁ ଆହୁରି ଗାଁରେ ପଶି ଅନ୍ୟ ଗୃହପାଳିତ ପଶୁକୁ ଟାର୍ଗେଟ କରିବ ବୋଲି ଲୋକେ ଭୟଭୀତ ରହିଛନ୍ତି। ତେମ୍ବାଗୁଡା, ପେଣ୍ଡଲି ଓ ଢେପଗୁଡାରେ ବାଘ ବୁଲୁଥିବା ସଂଦେହ ସ୍ପଷ୍ଟ ହୋଇଛି। ଏହି ଜଂଗଲରେ ହିଁ ବାଘ ରହିଛି। ଖାଦ୍ୟ ସହଜରେ ଏଠାରେ ମିଳୁଥିବାରୁ ସେ ଏଠାରୁ ହଟୁନଥିବା ଜଣାପଡିଛି। ରାତି ମଧ୍ୟ ବାଘ ନିଶ୍ଚିତ ଭାବେ ଗାଁକୁ ଆସିବ ବୋଲି ଅନୁମାନ କରାଯାଉଛି। ତେଣୁ ବନ ବିଭାଗ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଦୁଇଟି ଟିମ ଜଂଗଲରେ ଏବଂ ବଂଶଧାରା ନଦୀ କୂଳରେ ବାଘର ପାଦ ଚିହ୍ନକୁ ଦେଖି ବାଘକୁ ଠାବ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ସେହିପରି ପଦ୍ମପୁର ଅଂଚଳର ରାଉତରଙ୍ଗା ଏବଂ ଆଣ୍ଡରୁଗୁଡା ଗ୍ରାମ ନିକଟରେ ବାଘ ବୁଲୁଥିବା ଲୋକେ ସଂଦେହ କରିଥିଲେ। କେହି ଦେଖିନଥିଲେ ମଧ୍ୟ ବାଘର ପାଦ ଚିହ୍ନ ଦେଖି ବାଘ ପଦ୍ମପୁର ଅଂଚଳକୁ ମଧ୍ୟ ଲଗାତାର ଆସି ବୁଲି ଫେରିଯାଉଛି। ତେବେ ଗୁଡାରି ଅଂଚଳରେ ଲୋକେ ଏବେ ଦିନରେ ମଧ୍ୟ ବାହାରେ ବୁଲିବାକୁ ଭୟ କଲେଣି। ବାଘ କେତେବେଳେ କାହାକୁ ଟାର୍ଗେଟ କରିବ କିଛି କହି ହେବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ତୁରନ୍ତ ବାଘକୁ ଆୟତ୍ତ କରାଯାଉ ବୋଲି ଦାବି ହୋଇଛି। ମଣିଷକୁ ଟାର୍ଗେଟ କରିବା ପୂର୍ବରୁ ବାଘକୁ ଏଠାରୁ ତଡାଯାଉ ବୋଲି ତେମ୍ବାଗୁଡା ଗ୍ରାମର ଲୋକେ କହିଛନ୍ତି। ଗ୍ରାମବାସୀ ବନ ବିଭାଗ ସହ ମିଶି ବାଘକୁ ଖୋଜିବାକୁ ବାହାରିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ପକ୍ଷରୁ ବାଘ ବୁଲୁଥିବା ଗ୍ରାମମାନଙ୍କରେ ଡାକବାଜି ଯନ୍ତ୍ର ଦ୍ବାରା ବାଘ ବୁଲୁଥିବା ନେଇ ପ୍ରଚାର କରିବା ସହ କେହି ମଧ୍ୟ ସଂଧ୍ୟାରେ ବାହାରକୁ ନବାହାରିବା ପାଇଁ ତାଗିଦ କରିଛନ୍ତି। ବନ ବିଭାଗ ବିଭିନ୍ନ ସ୍ଥାନରେ ସିସିଟିଭି ଖଞ୍ଜିଥିଲେ ମଧ୍ୟ ବାଘକୁ ଠାବ କରିପାରୁ ନାହିଁ।ବାଘ ସିସିଟିଭିରେ କୈଦ ହୋଇପାରୁନଥିବାରୁ ବନ ବିଭାଗର କର୍ମଚାରୀଙ୍କୁ ନାକେଦମ ହେବାକୁ ପଡୁଛି। ତେବେ ଆହୁରି କେତେ ଦିନ ବାଘ ଏମିତି ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।