ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗୁଡଭେଲାବାସୀଙ୍କ ଜିଦ୍ ରହିଲା, ଡାକ୍ତରଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କଲା ସ୍ୱାସ୍ଥ୍ୟ ବିଭାଗ

ବଲାଙ୍ଗୀର,୧୭/୦୧: ସଫଳ ହେଲେ ଗୁଡଭେଲା ବାସିନ୍ଦାଙ୍କ ଦାବି । ଗୁଡ ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ବିବେକାନନ୍ଦ ଧରୁଆଙ୍କ ନୂତନ ଉଦଘାଟନ ହୋଇଥିବା ବୁଡ଼ା ବାହାଲ ସ୍ବାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନକୁ ବାତିଲ କରିଛି ସ୍ଵାସ୍ଥ୍ୟ ବିଭାଗ ।

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗୁଡଭେଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରବିବାର ସ୍ଥାନୀୟ ବାସିନ୍ଦା ଲାଗତର ଦ୍ୱିତୀୟ ଦିନ ପାଇଁ ଧାରଣା ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରି ପୁଣି ଥରେ ନିଯୁକ୍ତି ଦାବି କରି ମେଡିକାଲ ଗେଟ ସମ୍ମୁଖରେ ଧାରଣା ଦେବା ସହ ଓପିଡିକୁ ତାଲା କରିଦେଇଥିଲେ ।

ସୂଚନାନୁସାରେ, ଗତ ୨ ଦିନ ତଳେ ସଇଁତଳା ବ୍ଲକ୍ ବୁଡ଼ାବାହାଲରେ ନୂତନ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଲା । ଗୁଡଭେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ଯିବାକୁ ନିର୍ଦେଶ ଦେଇଥିଲା ସ୍ଵାସ୍ଥ୍ୟ ବିଭାଗ । ତେବେ ଗୁଡ଼ଭେଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର । ଏଠାରେ କେବଳ ଜଣେ ଡାକ୍ତର ଥିବାବେଳେ କିଭଳି ଭାବରେ ତରବରିଆ ହୋଇ ଡାକ୍ତରଙ୍କୁ ବଦଳି କରିଥିଲେ ବିଭାଗ ସେ ନେଇ ତାତିଥିଲେ ସ୍ଥାନୀୟ ବାସିନ୍ଦା । ଗାଁର ଶହ ଶହ ମହିଳା ଓ ପୁରୁଷ ଡ଼ାକ୍ତର ଧରୁଅଙ୍କୁ ଫେରେ ଇବା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।

ତେବେ ଲୋକଙ୍କ ଦାବିକୁ ନଜରରେ ରଖି ଡ଼ାକ୍ତରଙ୍କ ବଦଳି ବାତିଲ ହୋଇଛି । ପୁଣି ଧାରୁଆ ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚାର୍ଜରେ ରହିବେ । ଏନେଇ ସୁଚନା ଦେଇଛନ୍ତି ସିଡିଏମଓ ଭୀମ ସାହୁ । ସେପଟେ ନୂତନ ଭାବରେ ଉଦଘାଟନ ହୋଇଥିବା ବୁଡ଼ାବାହାଲ ସ୍ଵାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ଶୂନ୍ୟ ହୋଇ ପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ