ଅହମଦାବାଦ : ଗୁଜରାଟ ହାଇକୋର୍ଟର ଏକ କକ୍ଷରେ ଗୁରୁବାର ୪ ଜଣ ବ୍ୟକ୍ତି ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଆଗୁଆ ଜାମିନ ମିଳିବାକୁ ପ୍ରତିବାଦ କରି ଏମାନେ ଏଭଳି କାର୍ଯ୍ୟ କରିଛନ୍ତି।
ସେହି ବ୍ୟକ୍ତିମାନେ ହେଲେ ଜୟଶ୍ରୀ ପଞ୍ଚଲ, ଶୈଳେଶ ପଞ୍ଚଲ, ହାର୍ଦ୍ଦିକ ପଟେଲ ଏବଂ ମନୋଜ ବୈଷ୍ଣବ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ସୋଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ସେମାନଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଜଣାପଡ଼ିଥିଲା। କୋର୍ଟ କାର୍ଯ୍ୟ ଚାଲିଥିବାବେଳେ ଏହି ଘଟଣା ଘଟିଥିଲା।