ନୂଆଦିଲ୍ଲୀ,୧୭।୮: ଗୁଜରାଟର ସ୍କୁଲ ପାଠ୍ୟକ୍ରମରେ ଶ୍ରୀମଦ ଭଗବତ ଗୀତାକୁ ସାମିଲ କରାଯିବ। ଗୁଜରାଟ ସରକାର ନୂଆ ଶିକ୍ଷା ନୀତି ଅନୁସାରେ ଏହାର ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି। ବିଦ୍ୟାର୍ଥୀଙ୍କୁ ଗୀତାର ସିଦ୍ଧାନ୍ତ ଏବଂ ମୂଲ୍ୟ ସମ୍ପର୍କର ପଢାଯିବ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ସ୍କୁଲର ଛାତ୍ରଛାତ୍ରୀ ଗୀତା ଜ୍ଞାନ ଏବଂ ଏହାର ମୂଲ୍ୟବୋଧ ବିଷୟରେ ଯେପରି ଜାଣିପାରିବେ ଏଥିପାଇଁ ଗୀତା ଉପରେ ଭାଷଣ ପ୍ରତିଯୋଗୀତା, ଶ୍ଲୋକ ଗାନ ଏବଂ ସାହିତ୍ୟର ଆୟୋଜନ କରାଯିବ । ରାଜ୍ୟରେ ଆଉ କିଛି ମାସ ପରେ ନିର୍ବାଚନ ହେବ, ଏହା ପୂର୍ବରୁ ଆସିଛି ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ।
ଚଳିତ ବର୍ଷ ନଭେମ୍ୱର କିମ୍ୱା ଡିସେମ୍ୱରରେ ଗୁଜରାଟ ନିର୍ବାଚନ ହେବାର ସମ୍ବାବନା ରହିଛି । ଆସନ୍ତା ୨୦୨୩ ଫେବ୍ରୁଆରୀ ୧୮ ବର୍ତ୍ତମାନ ସରକାରର କାର୍ଯ୍ୟକାଳ ଶେଷ ହେବ। ରାଜ୍ୟରେ ବିଜେପି ନେତୃତ୍ୱଧୀନ ସରକାର ଶାସନରେ ରହିଛି

