ଦେଶ ବିଦେଶ ମନୋରଞ୍ଜନ

ଗୁଜବକୁ ନେଇ ମୁହଁ ଖୋଲିଲେ ଆଲିଆ ଭଟ୍ଟ, କହିଲେ-କାହିଁକି ହଟାଇଥିଲେ ‘RRR’ର ପୋଷ୍ଟର

ମୁମ୍ବାଇ ୦୨।୦୪ : ନିକଟରେ ଚୁଲବୁଲି ଅଭିନେତ୍ରୀ ଆଲିଆ ରାଗିପାଚି ଲାଲ ହୋଇଯାଇଥିଲେ । ସୋସିଆଲ ମିଡିଆ ୟୁଜର୍ସଙ୍କୁ ଭଲସେ ଜବାବ୍‌ ଦେଇଛନ୍ତି। ରାଗିକି କହିଲେ କିଛି ନ ଜାଣି ନିଜ ଅନୁମାନକୁ ଅନ୍ୟ ଉପରେ କହିବା ଠିକ୍‌ ନୁହେଁ। ଇନଷ୍ଟାଗ୍ରାମରେ ଆଲିଆଙ୍କ ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ଆର.ଆର.ଆର’ ବ୍ଲକବଷ୍ଟର ହୋଇଥିବା ବେଳେ କମ୍‌ ସ୍କ୍ରିନ୍‌ ସ୍ପେଶକୁ ନେଇ ଖୁସି ନ ଥିଲେ ଆଲିଆ। ଏହି ଫିଲ୍ମରେ ଆଲିଆଙ୍କର କେବଳ ୯ ମିନିଟ୍‌ର ସିନ୍‌ ଥିଲା। ତାଙ୍କର ସୀତା ଚରିତ୍ରଟି ସେତେ ଦମ୍‌ଦାର ମଧ୍ୟ ନଥିଲା। ଏହାକୁ ନେଇ ଭିତରେ ରାଗିଥିବା ଆଲିଆ ଶେଷରେ ନିଜ ଇନଷ୍ଟାଗ୍ରାମରୁ ନିର୍ଦ୍ଦେଶକ ରାଜମୌଲିଙ୍କୁ ଅନଫଲୋ କରିବା ସହ ‘ଆର.ଆର.ଆର’ର ପୋଷ୍ଟର ଡିଲିଟ୍‌ କରିଥିବାର ଖବର ଆସିଥିଲା। ହେଲେ ବର୍ତ୍ତମାନ ସେ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଏବଂ ଏସବୁ ବିଷୟରେ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି ।

ରାଜମୌଲିଙ୍କ ଉପରେ ଆଲିଆ ଖପ୍ପା ଥିବା ବି-ଟାଉନ୍‌ରେ ଗସିପ ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଲିଆ । ସେ ନିଜ ଇନଷ୍ଟାରେ ଲେଖିଛନ୍ତି, “ମୁଁ ଚିରଦିନ ପାଇଁ କୃତଜ୍ଞ ଯେ ମୁଁ RRR ଫିଲ୍ମର ଏକ ଅଂଶ ହୋଇପାରିଛି। ମୁଁ ସୀତା ରୋଲକୁ ଖୁବ୍‌ ଭଲ ପାଉଥିଲି। ରାଜମୌଲି ସାରଙ୍କ ନିର୍ଦ୍ଦେଶନାରେ କାମ କରିବା କୌଣସି ସୌଭାଗ୍ୟଠାରୁ କମ୍‌ ନୁହେଁ। ଏହି ଫିଲ୍ମ ପାଇଁ ରାଜମୌଲି ସାର୍‌ ଖୁବ୍‌ ପରିଶ୍ରମ କରିଛନ୍ତି। ତେଣୁ ଏହାକୁ ନେଇ ଯେପରି କୌଣସି ମିଥ୍ୟା ଗୁଜବ ସୃଷ୍ଟି ନ ହୁଏ ।

ତେବେ ଆଲିଆ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସମସ୍ତଙ୍କୁ ଅନୁରୋଧ କରୁଛି , ଦୟାକରି ନିଜ ଅନୁମାନକୁ ଅନ୍ୟ ଉପରେ ଲଦି ଦିଅନ୍ତୁ ନାହିଁ । ତାହା ଆପଣଙ୍କ ମତ ହୋଇପାରେ। ହେଲେ ତାହା ସହ ଅନ୍ୟଜଣଙ୍କ ତାଳମେଳ ଖାଇବ ବୋଲି କିଛି ମାନେ ନାହିଁ।ଇନଷ୍ଟାରୁ ଆରଆରଆର ପୋଷ୍ଟର ଡିଲିଟ ସମ୍ପର୍କରେ ଖୁଲାସା କରି କହିଛନ୍ତି, ମୁଁ ସବୁବେଳେ ମୋ ସୋସିଆଲ ମିଡିଆ ଆକାଉଣ୍ଟକୁ ଫ୍ରେଶ୍‌ ରଖିବାକୁ ଚେଷ୍ଟା କରେ, ତେଣୁ ପୁରୁଣା ପୋଷ୍ଟକୁ ହଟାଇ ନୂଆ ଫଟୋ, ଭିଡିଓକୁ ଲଗାଏ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ