କଳା ଓ ସଂସ୍କୃତି ଧର୍ମ

ଗୁଗଲ‌ରେ ନ୍ୟାସନାଲ୍ କ୍ରଶ୍ ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା : ଏହି କାରଣରୁ ଟ୍ରେଣ୍ଡ ହେଉଛି ତାଙ୍କ ନାଁ

ମୁମ୍ବାଇ ୨୩/୧୧: ଦକ୍ଷିଣ ସିନେମାର ପ୍ରସିଦ୍ଧ ଏବଂ ଦିଗ୍ଗଜ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ଚର୍ଚ୍ଚାରେ ଅଛନ୍ତି। ସେ କନ୍ନଡ଼,ତାମିଲ ଏବଂ ତେଲୁଗୁ ଫିଲ୍ମରେ ନିଜ ଅଭିନୟରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତୁଥିଲେ। ନିକଟରେ ରଶ୍ମିକା ମନ୍ଦାନାଙ୍କୁ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ୨୦୨୦ର ଭାରତର ଜାତୀୟ କ୍ରଶ୍ କହିଛି। ଏହା ପରଠୁ ଅଭିନେତ୍ରୀଙ୍କ ନାଁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରେଣ୍ଡ୍ କରୁଛି।

ଗୁଗଲରେ national crush of india female 2020 ସର୍ଚ୍ଚ କଲେ ରଶ୍ମିକା ମନ୍ଦାନାଙ୍କ ନାଁ ସାମନାକୁ ଆସୁଛି। ଏବିଷୟରେ ରଶ୍ମିକା ମନ୍ଦାନା ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ସେ ସୋସିଆଲ୍ ମିଡିଆରେ ଏକ ସ୍କ୍ରିନଶଟ୍ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଥିବା ଦେଖାଯାଉଛି।

ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ସେ ନିଜ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟରେ #NationalcrushRashmika ର ସ୍କ୍ରିନଶର୍ଟ ସେୟାର କରିଛନ୍ତି। ନିଜ ନାଁ ଟ୍ରେଣ୍ଡ କରିବାରୁ ରଶ୍ମିକା ମନ୍ଦାନା ନିଜ ଟ୍ବିଟରରେ ଖୁସି ପ୍ରକାଶ କରିଛନ୍ତି। ଏହା ସହିତ ସେ ନିଜ ପ୍ରଶଂସକଙ୍କ ତାରିଫ ମଧ୍ୟ କରିଛନ୍ତି।

ରଶ୍ମିକା ମନ୍ଦାନା ନିଜ ଟ୍ବିଟରେ ଲେଖିଛନ୍ତି ଯେ ମୋ ଲୋକ ବାସ୍ତବରେ ଲିଜେଣ୍ଡ୍ରି। ସେମାନେ ବହୁତ ସ୍ନେହର…ନା? ମୋ ହୃଦୟ ସେମାନଙ୍କ ପାଖରେ ରହିଛି। ସୋସିଆଲ ମିଡିଆରେ ରଶ୍ମିକା ମନ୍ଦାନାଙ୍କ ଏହି ଟ୍ବିଟ୍ ଜୋର ସୋରରେ ଭାଇରାଲ୍ ହେଉଛି। ତାଙ୍କର ଅନେକ ପ୍ରଶଂସକ ତାଙ୍କ ଟ୍ବିଟକୁ ବହୁତ ପସନ୍ଦ କରୁଛନ୍ତି। ଏହା ସହିତ କମେଣ୍ଟ ଜରିଆରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ଏବଂ ଟ୍ରେଣ୍ଡ ହେବା ଯୋଗୁଁ ନିଜ ଖୁସି ପ୍ରକାଶ କରୁଛନ୍ତି।

ରଶ୍ମିକା ମନ୍ଦାନା ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ୨୦୧୬ମସିହାରେ କନ୍ନଡ଼ ଫିଲ୍ମ କିରିକ ପାର୍ଟିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ରଶ୍ମିକା ମନ୍ଦାନାଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା। ଫିଲ୍ମରେ ତାଙ୍କ ଚରିତ୍ରକୁ ଖୁବ୍ ପସନ୍ଦ କରାଯାଇଥିଲା। ରଶ୍ମିକା ମନ୍ଦାନା ଶେଷ ଥର ତେଲୁଗୁ ଫିଲ୍ମ ଭୀଷ୍ମାରେ ନଜର ଆସିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ