ଅପରାଧ ରାଜ୍ୟ

ଗିରିଙ୍ଗାପୁଟରେ ବାର୍‌ହା ଆତଙ୍କ, ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

ମେଣ୍ଢାଶାଳ : ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ସ୍ବାମୀ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଆକମ୍ରଣରେ ସ୍ବାମୀ ବିଜୟ କୁମାର ନାୟକ (୪୫) ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ଟିକି ନାୟକ (୪୦) ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ବିଜୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ ଗିରିଙ୍ଗାପୁଟ ଗ୍ରାମର ଆଦିବାସୀ ସାହିର ବିଜୟ କୁମାର ନାୟକ ପାଣି ଜୋର ଉପରେ ପନିପରିବା ଚାଷ କରିଛନ୍ତି। ଆଜି ସ୍ୱାମୀ ଓ ସ୍ତ୍ରୀ ଦୁହେଁ ବାରିରୁ ବାଇଗଣ ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ଟିକିଙ୍କୁ ବାର୍‌ହା ଆକ୍ରମଣ କରିବା ପାଇଁ ଆସୁଥିବା ଦେଖି ବିଜୟ ଅଟକାଇବାକୁ ଉଦ୍ୟମ କରିଥିଲେ। ଫଳରେ ବାର୍‌ହାଟି ବିଜୟଙ୍କୁ ଆକ୍ରମଣ କରିଥିଲା। ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଟିକି ପାଟି କରି ଲୋକଙ୍କୁ ଡାକ ପକାଇଥିଲେ। ପାଟି ଶୁଣି କାଳନ୍ଦୀ ନାୟକ, ଭଜମନ ସ୍ୱାଇଁ, ତୋଫାନ ନାୟକ ପହଞ୍ଚି ବାର୍‌ହାକୁ ଘଉଡ଼ାଇ ଥିଲେ। ବାର୍‌ହାଟି ଡେରାସ ଜଙ୍ଗଲକୁ ଚାଲିଯାଇଥିଲା। ଉପସ୍ଥିତ ଲୋକେ ଘଟଣାସ୍ଥଳରୁ ବିଜୟଙ୍କୁ ଉଦ୍ଧାର କରି ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥି‌ଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।