ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗିରଫଦାରି ଏଡ଼ାଇବାକୁ ବେଲାରୁଷ୍‌ ଯିବେ ‘ୱାଗ୍‌ନର୍‌ ଗ୍ରୁପ୍‌’ ମୁଖ୍ୟ ପ୍ରିଗୋଝିନ୍: କ୍ରେମ୍‌ଲିନ୍‌

ମସ୍କୋ: ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବାକୁ ବିଦ୍ରୋହ କରିଥିବା ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌ ଗ୍ରୁପ୍‌’ର ମୁଖ୍ୟ ୟେବ୍‌ଗେନି ପ୍ରିଗୋଝିନ୍‌ ଗିରଫଦାରି ଓ ବିଚାର ଏଡ଼ାଇବା ଲାଗି ବେଲାରୁଷ୍‌ ଚାଲିଯିବେ ବୋଲି ଶନିବାର ଦିନ କ୍ରେମ୍‌ଲିନ୍‌ କହିଛି।

କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଘୋଷଣା କରିଛନ୍ତି, ୟେବ୍‌ଗେନି ପ୍ରିଗୋଝିନ୍‌ଙ୍କ ଉପରୁ ସଶସ୍ତ୍ର ବିଦ୍ରୋହ ଅଭିଯୋଗ ଉଠାଇ ନିଆଯିବ ଏବଂ ତାଙ୍କ ସହିତ ଯୋଗ ଦେଇଥିବା ସୈନିକମାନଙ୍କର ମଧ୍ୟ ଆଇନଗତ ବିଚାର କରାଯିବ ନାହିଁ। ସେହିପରି, ‘ୱାଗ୍‌ନର୍‌ ଗ୍ରୁପ୍‌’ର ଯେଉଁ ସୈନିକମାନେ ବିଦ୍ରୋହରେ ଭାଗ ନେଇ ନ ଥିଲେ ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ  ତରଫରୁ ‘କଣ୍ଟ୍ରାକ୍ଟ୍‌’ (ଯୁଦ୍ଧ ଲଢ଼ିବା ପାଇଁ ଠିକା) ଦିଆଯିବ।

ସୂଚନାଯୋଗ୍ୟ, ପୁଟିନ୍‌ଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଚ‌ାଲେଞ୍ଜ୍‌ ହୋଇ ଉଭା ହୋଇଥିବା ଏହି ଆକସ୍ମିକ ସଙ୍କଟ ଦମନ କରିବା ଲାଗି ଉପରୋକ୍ତ ରାଜିନାମା କରାଯାଇଥିବା ଜଣାଯାଇଛି। ଏହି ରାଜିନାମାରେ ମଧ୍ୟସ୍ଥତା କରିଛନ୍ତି ପୁଟିନ୍‌ଙ୍କ ପରମ ମିତ୍ର, ଦୃଢ଼ ସମର୍ଥକ ତଥା ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାଶେଙ୍କୋ।

Russia-Ukraine live news | Mercenary boss to shift to Belarus to avoid  prosecution as part of deal
Image Courtesy of India Today

ମସ୍କୋ ଅଭି‌ମୁଖେ ଯାତ୍ରା କରିବାକୁ ଆଦେଶ ପାଇଥିବା ‘ସ୍ବେଚ୍ଛାସେବୀ’ ସୈନିକମାନଙ୍କୁ ଯାତ୍ରା ସ୍ଥଗିତ ରଖି ୟୁକ୍ରେନ୍‌ ‘ଫିଲଡ୍‌ କ୍ୟାମ୍ପ୍‌’ ଫେରି ଆସିବା ପାଇଁ ଆଦେଶ ଦିଆଯାଇଥିବା କଥା ‘ୱାଗ୍‌ନର୍‌ ଗ୍ରୁପ୍‌’ର ଜଣେ ବିଦ୍ରୋହୀ ରୁଷୀୟ କମାଣ୍ଡର୍‌ ଶନିବାର ଦିନ କହିଛନ୍ତି।

କିନ୍ତୁ, ପ୍ରିଗୋଝିନ୍‌ ଘୋଷଣା କରିଛନ୍ତି ଯେ, ସୈନିକମାନେ ମସ୍କୋଠାରୁ ମାତ୍ର ୨୦୦ କିଲୋମିଟର୍‌ ଦୂରରେ ଥିବା ବେଳେ ‘ରୁଷୀୟମାନଙ୍କ ରକ୍ତପାତ’ ଏଡ଼ାଇବା ଲାଗି ସେ ସେମାନଙ୍କୁ ଫେରାଇଆଣିବା ଲାଗି ନିଷ୍ପତ୍ତି ନେଇଥିଲେ।

କିନ୍ତୁ, ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ବହିଷ୍କାର କରିବା ପାଇଁ ସେ କରିଥିବା ଦାବି କ୍ରେମ୍‌ଲିନ୍‌ ଗ୍ରହଣ କରିଛି କି, ନାହିଁ ତାହା ପ୍ରିଗୋଝିନ୍‌ କହିନାହାନ୍ତି। ପୁଟିନ୍‌ଙ୍କ ସରକାର ତରଫରୁ ମଧ୍ୟ ଏ ବିଷୟରେ ତୁରନ୍ତ କୌଣସି ବିବୃତି ଦିଆଯାଇନାହିଁ।

ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାଶେଙ୍କୋଙ୍କ କାର୍ଯ୍ୟାଳୟ କହିଛି ଯେ, ସମସ୍ୟା ସଂକ୍ରାନ୍ତରେ ପୁଟିନଙ୍କ ସହିତ ଆଲୋଚନା କରିବା ପରେ ପ୍ରିଗୋଝିନ୍‌ଙ୍କ ସହିତ ରାଜିନାମା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ