ଧର୍ମ

ଗାୟତ୍ରୀ ମହାମନ୍ତ୍ର ଜପରୁ ମିଳିଥାଏ ଅନେକ ଲାଭ: ଜାଣନ୍ତୁ ମନ୍ତ୍ରର ଅର୍ଥ ଓ ଜପ ବିଧି

ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ରକୁ ବେଦରେ ସର୍ବଶ୍ରେଷ୍ଠ ମନ୍ତ୍ର କୁହାଯାଇଛି । ଗାୟତ୍ରୀ ମନ୍ତ୍ରକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ମୁନି ଋଷି ମୁକ୍ତ କଣ୍ଠରେ ଗାୟତ୍ରୀ ମନ୍ତ୍ର ଗୁଣଗାନ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଗୀତାରେ ସ୍ୱୟଂ କହିଛନ୍ତି ଯେ ‘ଗାୟତ୍ରୀ ଛନ୍ଦସାମହମ’ ଅର୍ଥାତ ମୁଁ ସ୍ୱୟଂ ଗାୟତ୍ରୀ ମନ୍ତ୍ରରେ ଅଛି ।
” ଓଁ ଭୂର୍ଭୁଵଃ ସ୍ଵ ତାତ୍ସବିତୁରବରେନ୍ୟଂ ଭର୍ଗୋ ଦେଵସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ “
ଅର୍ଥାତ, ସେହି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱି, ପାପନାଶକ, ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଧ୍ୟାନ କରିବା । ସେହି ପରମାତ୍ମା ଆମ ବୁଦ୍ଧିକୁ ସତମାର୍ଗରେ ପ୍ରେରିତ କରିବେ ।

ଗାୟତ୍ରୀ ମନ୍ତ୍ର ଜପ କରିବା ସମୟ :
ବେଦ ଓ ପୁରାଣରେ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ୩ଟି ସମୟ ଦିଆଯାଇଛି । ପ୍ରଥମ ସମୟ ହେଲା ପ୍ରାତଃକାଳ, ଦ୍ୱିତୀୟରେ ଅପରାହ୍ନ ସମୟ ଓ ତୃତୀୟରେ ସନ୍ଧ୍ୟା ସମୟ । ତାଛଡା ଗାୟତ୍ରୀ ମହାମନ୍ତ୍ର ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ମୌନ ରହି କରିପାରିବେ ।
ଗାୟତ୍ରୀ ମନ୍ତ୍ର ଜପ କରିବା ବିଧି :

-ଘରର ମନ୍ଦିର କିମ୍ବା କୌଣସି ସଫା ଜାଗାରେ ଗାୟତ୍ରୀ ମାତାଙ୍କୁ ଧ୍ୟାନ କରି ଜପ କରିବା ଉଚିତ
– ସ୍ନାନ ଆଦି ସାରି ସଫା ଲୁଗା ପିନ୍ଧି ଗାୟତ୍ରୀ ମହାମନ୍ତ୍ର ଜପ କରିବା ଉଚିତ
– ଗାୟତ୍ରୀ ମହାମନ୍ତ୍ର ଜପ କରିବା ସମୟରେ ଆରାମଦାୟକ ମୁଦ୍ରାରେ ବସିବା ଉଚିତ
– ମହାମନ୍ତ୍ର ଜପ ପାଇଁ ତୁଳସୀ କିମ୍ବା ଚନ୍ଦନ ମାଳା ପ୍ରୟୋଗ କରିବା ଉଚିତ
– ତରତର ହୋଇ ଗାୟତ୍ରୀ ମହାମନ୍ତ୍ର ଜପ କରିବା ଅନୁଚିତ
– ଗାୟତ୍ରୀ ମହାମନ୍ତ୍ର ଜପ ବଡ ପାଟିରେ କରିବା ଉଚିତ ନୁହେଁ, ମୌନ ରହି କରିବା ଉଚିତ
ଗାୟତ୍ରୀ ମହାମନ୍ତ୍ରରୁ କଣ ମିଳିଥାଏ ବରଦାନ :

– ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ମନରେ ଉତ୍ସାହ ଓ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ
-ମହାମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ମନ ଧାର୍ମିକ କାର୍ଯ୍ୟରେ କାଗିଥାଏ
– ମହାମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କୁ ପୂର୍ବାଭାସ ମଧ୍ୟ ହୋଇଥାଏ
– ଗାୟତ୍ରୀ ମନ୍ତ୍ର ଜପ ଦ୍ୱାରା ବ୍ୟକ୍ତିଙ୍କ ଭିତରେ ଆଶୀର୍ବାଦ ଦେବା ଶକ୍ତି ବୃଦ୍ଧି ପାଏ
– ମହାମନ୍ତ୍ର ଜପ ଦ୍ୱାରା ସ୍ବପ୍ନ ସିଦ୍ଧି ପ୍ରାପ୍ତି ହୋଇଥାଏ
– ମହାମନ୍ତ୍ର ଜପ ଦ୍ୱାରା ମଣିଷର କ୍ରୋଧ ଶାନ୍ତ ହେବାକୁ ଲାଗିଥାଏ
– ଗାୟତ୍ରୀ ମହାମନ୍ତ୍ର ଜପ ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ
– ଗାୟତ୍ରୀ ମହାମନ୍ତ୍ର ଜପ ଦ୍ୱାରା ମଣିଷ ମନ ଖରାପ କାର୍ଯ୍ୟରୁ ଦୁରେଇ ରୁହେ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ