ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାରୋଇ: ଅସୁରକ୍ଷିତ କୋଠା ପାର୍ଶ୍ବରେ ଚାଲୁଛି ଶିକ୍ଷାଦାନ, ଯେକୌଣସି ମୁହୂର୍ତରେ ଘଟିପାରେ ବଡ଼ ଧରଣର ଅଘଟଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଗାରୋଇ : କାନ୍ଥରେ ଲେଖି ଦିଆଯାଇଛି ଅସୁରକ୍ଷିତ ଶ୍ରେଣୀ ଗୃହ। କିନ୍ତୁ ବିଦ୍ୟାଳୟ ପରିସରରେ ଥିବା ସେହି କୋଠାଗୁଡ଼ିକୁ ଭଙ୍ଗାଯାଇ ନାହିଁ। ଅସୁରକ୍ଷିତ କୋଠା ପାର୍ଶ୍ବରେ ଶିକ୍ଷାଦାନ ଚାଲୁଛି। ଛାତ୍ରଛାତ୍ରୀମାନେ ଖେଳକୁଦ ଓ ଚଳପ୍ରଚଳ ହେଉଛନ୍ତି। ନାଉଗାଁ ବ୍ଲକ୍‌ର ସେପରି ୭୬ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ କୋଠାରେ ଅବା ପାର୍ଶ୍ବବର୍ତ୍ତୀ ସ୍କୁଲରେ ପାଠ ପଢ଼ା ଚାଲୁଛି। ବ୍ଲକ ଶିକ୍ଷା ଅଧିକାରୀ ମନୋରମା ରାଉତ କହିଛନ୍ତି ଏହି ବିପଦସଙ୍କୁଳ କୋଠାଗୁଡ଼ିକୁ ପଞ୍ଚାୟତ କର୍ତୃପକ୍ଷ, ସ୍କୁଲ କମିଟିକୁ ଭାଙ୍ଗିବା ପାଇଁ କୁହାଯାଇଛି। ଅଧିକାଂଶ ସ୍ଥାନରେ ସେଗୁଡ଼ିକ ଭଙ୍ଗାଯାଇ ନାହିଁ ବୋଲି ସେ ସ୍ବୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ବ୍ଲକର କଣ୍ଟୁଣିଆ କ୍ଲଷ୍ଟର୍‌ ଅଧୀନରେ ଥିବା ଡାବର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଛତିୟାନା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଜାମୁଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିପଦସଙ୍କୁଳ ଘୋଷିତ କୋଠା ଘର ରହିଛି। କୋରୁଅ କ୍ଲଷ୍ଟରର ତିରୁଣା, ଗାରୋଇ ଓ ୫-ଟିରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ପରିସରରେ ରହିଛି ବିପଦପୂର୍ଣ୍ଣ ଶ୍ରେଣୀଗୃହ। ଡାହାଣିଖିଆ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗୋଦା ହାଟ କ୍ଲଷ୍ଟରର ଗଙ୍ଗୋଦା ହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ପୂର୍ବ ଓଷକଣା ପ୍ରାଥମିକ ବିଦ୍ୟାଳୟ ,ଭଟଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ , ତେଣ୍ଟୋଇ ଉଚ୍ଚପ୍ରାଥମିକ ବିଦ୍ୟାଳୟର କୋଠା। ଗଙ୍ଗୋଦା ହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭଙ୍ଗା ଆଜବେଷ୍ଟସ୍‌ କୋଠରୀରେ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି। ପୁରୁଣା ଭଟଣା ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଛାତରୁ ପ୍ଲାଷ୍ଟର ଖସିବା ସହିତ ବର୍ଷାଦିନେ ପାଣି ଝରୁଥିବା କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ଗୋପାଳଜିଉ କ୍ଲଷ୍ଟର ଗଳଧାରି ଉଚ୍ଚପ୍ରାଥମିକ ବିଦ୍ୟାଳୟ , ମଠସାହି ପ୍ରାଥମିକ ବିଦ୍ୟାଳୟ, ବାସୁଦେବ ସରକାରୀ ଉଚ୍ଚବିଦ୍ୟାଳୟରେ ପାରାଦୀପ ପୋର୍ଟଟ୍ରଷ୍ଟ ପକ୍ଷରୁ ନିର୍ମିତ କୋଠା, ଅଲଣାହାଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନହଡିପଡା ପ୍ରାଥମିକ ବିଦ୍ୟାଳୟ, ଅଙ୍ଗେଶ୍ବରପଡା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ୧୯୯୯ ମସିହା ମହାବାତ୍ୟାପରେ ଟାଟା କମ୍ପାନି ପକ୍ଷରୁ ନିର୍ମିତ ଦୁଇ ମହଲା କୋଠା ବିପଦସଙ୍କୁଳ ଘୋଷଣା କରାଯାଇଥିବା ବେଳେ ପିଲାମାନେ ସେଠାରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।

୨୦୨୨ରେ କୋଟିଏରୁ ଅଧିକ ଟଙ୍କାରେ ବିଦ୍ୟାଳୟକୁ ୫ଟି ରୂପାନ୍ତରଣ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟରୁ ବର୍ଷାଦିନେ ପାଣି ଝରୁଛି। ବାଣୀପିଠ କ୍ଲଷ୍ଟର ଜାମୁଦଣ୍ତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିପିନ ବିହାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ତିହୁଡା ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ପାରାଦୀପ ପୋଟ ଟ୍ରଷ୍ଟ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି। ତୁରନ୍ତ ସେଗୁଡ଼ିକ ଭଙ୍ଗା ନଗଲେ ‌ଯେକୌଣସି ମୁହୂର୍ତରେ ବଡ଼ ଧରଣର ଅଘଟଣ, ଧନଜୀବନ ହାନୀକୁ ଏଡ଼ାଇ ଦିଆଯାଇ ନପାରେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।