ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାନ୍ଧୀ ମାର୍ଗରେ ଅଙ୍ଗନୱାଡି କର୍ମୀ ଏକାଠି

ଭୁବନେଶ୍ବର : ୮ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ ସୋମବାର ଦିନ ଲୋୟର୍‌ ପିଏମ୍‌ଜିରେ ସରକାରଙ୍କ ବିରୋଧରେ ଗର୍ଜିଛି। ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ନେତୃତ୍ବରେ ଆସୋସିଏସନ୍‌ର ୩୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଗାନ୍ଧୀ ମାର୍ଗରେ ଧାରଣା ଦେବା ସହ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଇପିଏଫ୍, ଇଏସ୍ଆଇସି ଓ ଗ୍ରାଚ୍ୟୁଇଟିରେ ସାମିଲ, ଆନ୍ଦୋଳନ ସମୟରେ ବହିଷ୍କୃତ ୬ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡିର ମାନ୍ୟତା, ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ଅବସରକାଳୀନ ୫ଲକ୍ଷର ସହାୟତା ରାଶି ଓ ମାସିକ ୫ହଜାର ଟଙ୍କା ପେନ୍‌ସନ୍ ପ୍ରଦାନ ଆଦି ଦାବି ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଥିଲେ।

ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା, ଉପସଭାପତି ଶ୍ରୀନିବାସ ରାଓ, ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ, କ୍ଷେତ୍ରୀୟ ପ୍ରଭାରି ଗଣେଶ ମିଶ୍ର, କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ, ସଂଗଠନ ସମ୍ପାଦକ ଗିରୀଶ ଚନ୍ଦ୍ର ମହନ୍ତ, ଅଖିଳ ଭାରତୀୟ ସମ୍ପାଦକ ଦେବେନ୍ଦ୍ର ପାଣ୍ଡେ, ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଙ୍ଘର ସଭାନେତ୍ରୀ ଶର୍ମିଷ୍ଠା ଯୋଶୀ, ସଂଗଠନ ସମ୍ପାଦିକା ସୁଶ୍ରୀ ଅଞ୍ଜଳି ପଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଆସୋସିଏସନ୍‌ର ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ଓ କୋଷାଧ୍ୟକ୍ଷା କୁଞ୍ଜଲତା ଦାସ ଆନ୍ଦୋଳନ ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।