ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାନ୍ଧୀନଗରରେ ହେଲା ଗୋପାଳର ପଲିଗ୍ରାଫ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ଗୁରୁବାର ଦିନ ଗୁଜୁରାଟ ଗାନ୍ଧୀନଗରରେ ଥିବା ଫରେନସିକ୍ ସାଇନ୍ସ ଲାବରେଟୋରିରେ ପଲିଗ୍ରାଫ୍ ପରୀକ୍ଷା କରାଯାଇଛି। କ୍ରାଇମବ୍ରାଞ୍ଚର ଏକ ୮ ଜଣିଆ ଟିମ୍ ବିଶେଷଜ୍ଞ ମାନଙ୍କ ସହିତ ଏହି ପରୀକ୍ଷା କରିଛନ୍ତି। ନବ ଦାସଙ୍କୁ ହତ୍ୟା ସଂପର୍କରେ ଗୋପାଳକୁ ବିଭିନ୍ନ ପ୍ରଶ୍ନ ପଚରାଯାଉଥିବା ବେଳେ ତାର ରକ୍ତଚାପ, ହୃଦୟର ତୀବ୍ରତା, ନିଶ୍ବାସପ୍ରଶ୍ବାସ ଗତି ଇତ୍ୟାଦି ଲାବରେଟୋରିର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଥିଲେ। ପ୍ରଶ୍ନ ପଚରାଯିବା ସମୟରେ ଏଥିରେ କି ପ୍ରକାର ପରିବର୍ତ୍ତନ ଆସୁଛି, ତାକୁ ଅନୁଧ୍ୟାନ କରାଯାଇଥିଲା। ଆଜି ପୁଣି ଥରେ ଏହି ପରୀକ୍ଷାକୁ ଦ୍ବିତୀୟ ପର୍ଯ୍ୟାୟରେ କରାଯିବାକୁ ଯୋଜନା କରାଯାଉଛି।

ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଗୁଜୁରାଟ ଗାନ୍ଧୀନଗରରେ ଥିବା ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଗୋପାଳ ଦାସର ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ୍ ଟେଷ୍ଟ କରିଛି। ଅନ୍ୟପଟେ ଆସନ୍ତାକାଲି ପଲିଗ୍ରାଫ ସହିତ ନାର୍କୋଟିକ୍ ଟେଷ୍ଟ ବି କରାଯିବ। ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏହି ପରୀକ୍ଷା କରାଯିବ। ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ଏହି ପରୀକ୍ଷା କରୁଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଗାନ୍ଧୀନଗର ଯାଇଥିବା ବେଳେ ସେଠାରେ ଏହି ନାର୍କୋ ଓ ପଲିଗ୍ରାଫ୍ ପରୀକ୍ଷାକୁ ଅନୁଧ୍ୟାନ କରୁଛନ୍ତି। ଅନ୍ୟପଟେ ଦିଲ୍ଲୀ କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବରେଟୋରି(ସିଏଫଏସଏଲ୍) ଦ୍ବାରା  ସ୍ତରୀୟ ସ୍ବର ବିଶ୍ଳେଷଣ(ଏଲଏଭି) ଏବଂ ମାନସିକ ସ୍ଥିତିର ପରୀକ୍ଷା ଗଲା ୬ ତାରିଖରେ ଶେଷ ହୋଇଥିବା ବେଳେ ଏହି ରିପୋର୍ଟକୁ ଅପେକ୍ଷା କରାଯାଉଛି।

କଟକ ବଡ଼ ଡାକ୍ତରଖାନାର ମାନସିକ ରୋଗ ପ୍ରତିଷ୍ଠାନର ଜଣେ ପ୍ରଫେସରଙ୍କ ନେତୃତ୍ବରେ ଗୋପାଳର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା ବି ପୂର୍ବରୁ ଶେଷ ହୋଇଛି। ଏହି ରିପୋର୍ଟକୁ କ୍ରାଇମବ୍ରାଞ୍ଚ ଟିମ୍ ଅପେକ୍ଷା କରିଛି। ଗୁଜୁରାଟ ଗାନ୍ଧୀନଗର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ଗାନ୍ଧୀନଗର ଲାବରେଟୋରିର ବିଶେଷଜ୍ଞ ଦଳ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଘଟଣାସ୍ଥଳ ଓ ନବ ଦାସଙ୍କ ଗାଡ଼ିରୁ ଜବତ କରିଛି। ଏ ସଂକ୍ରାନ୍ତ ଏକ ରିପୋର୍ଟ ବି ଲାବରେଟୋରିର ବିଶେଷଜ୍ଞ ଦଳ କ୍ରାଇମବ୍ରାଞ୍ଚକୁ ଦେବେ।

ଇତିମଧ୍ୟରେ ଗୋପାଳ ଦାସର ପତ୍ନୀ ଜୟନ୍ତୀ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଗୋପାଳ ଘର ନିର୍ମାଣ ପାଇଁ ବ୍ୟାଙ୍କରୁ ଟଙ୍କା ଋଣ ଆଣିଥିବା ପତ୍ନୀ ଜୟନ୍ତୀ କ୍ରାଇମବ୍ରାଞ୍ଚକୁ କହିଛନ୍ତି। ଏହା ସହିତ ପ୍ରତ୍ୟେକ ମାସରେ ଗୋପାଳ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ବି ପଠାଉଥିଲା। ତେବେ ଏହି ଆର୍ଥିକ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରି ଆକାଉଣ୍ଟ ଜବତ କରିବା ସହିତ ଏହାକୁ ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରୁଛି। ମାସିକ ଦରମା ବାଦ୍ ଅନ୍ୟ କେଉଁ ସୂତ୍ରରୁ ଗୋପାଳ ନିକଟକୁ ଟଙ୍କା ଆସୁଥିଲା କି ନାହିଁ ସେ ନେଇ ଅନୁଧ୍ୟାନ କରାଯାଉଛି।

ଝାରସୁଗୁଡ଼ା ଏୟାରପୋର୍ଟ ଥାନାର ପାଇଖାନା ଟାଙ୍କୀରୁ କ୍ରାଇମବ୍ରାଞ୍ଚ ଜବତ କରିଥିବା ଚିଠି, ଗୋପାଳର ସର୍ଭିସ୍ ପିସ୍ତଲ, ମୋବାଇଲ ଫୋନ୍ ଜବତ ହୋଇଥିବା ଏହି ରିପୋର୍ଟ କିଭଳି ତୁରନ୍ତ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରୁ ଆସିବ, ସେ ନେଇ କ୍ରାଇମବ୍ରାଞ୍ଚ ଲାବରେଟୋରି ସହ ଯୋଗାଯୋଗରେ ରହିଛି। ଏହାସହିତ ଗୋପାଳର ଗଲା ଏକ ମାସର ମୋବାଇଲ୍ ସିଡିଆର୍ ଆଣି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ ପଛର କାରଣ ଠାବ କରିବାକୁ ଉଦ୍ୟମ କରୁଛି। ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଗୋପାଳର ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୫ ଦିନ ଭିତରେ କ୍ରାଇମବ୍ରାଞ୍ଚ ଉଭୟ ପଲିଗ୍ରାଫ୍ ଓ ନାର୍କୋଟିକ୍ସ ପରୀକ୍ଷା ରିପୋର୍ଟ ଆଧାରରେ ପ୍ରମାଣ ସଂଗ୍ରହ କରିବାକୁ ଉଦ୍ୟମ କରିବାକୁ ଯାଉଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗୋପାଳକୁ ଆଉ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ରଖିବା ସମ୍ଭବ ହେବ ନାହିଁ। ଏଣୁ ଗୋପାଳ ଜେଲ୍ ହାଜତକୁ ଯିବା ପୂର୍ବରୁ କ୍ରାଇମବ୍ରାଞ୍ଚ ତଥ୍ୟ, ପ୍ରମାଣ ସହ ହତ୍ୟାକାଣ୍ଡର କାରଣ କୋର୍ଟରେ ଆଉ ସର୍ବ ସମ୍ମୁଖରେ ରଖିବାର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।