ରାଜ୍ୟ

ଗାଡ଼ି ଧକ୍କାରେ ଘାଟିରୁ ଖସିଲା ବାଇକ୍‌

ନରସିଂହପୁର : ନୂଆବର୍ଷରେ ଦେଓଝର ପର୍ଯ୍ୟଟନସ୍ଥଳୀ ରାସ୍ତାରେ ରବିବାର ଦିନ ଏକ ଅଘଟଣ ଘଟିଛି। ସନ୍ଧ୍ୟା ପ୍ରାୟ ୬ଟାରେ ଅଜଣା ଗାଡ଼ି ଧକ୍କା ଦେବାରୁ ଏକ ବାଇକ୍‌ ଘାଟି ରାସ୍ତା ପାର୍ଶ୍ୱକୁ ଖସିପଡ଼ିଥିଲା। ଫଳରେ, ବାଇକ୍‌ରେ ଥିବା ଜଣେ ଯୁବକ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମୃତ ଯୁବକଜଣକ ହେଲେ, ବଡ଼ମ୍ବା ଥାନା ଇଚ୍ଛାପୁର ଗ୍ରାମର ବିଜୟ କୁମାର ସ୍ୱାଇଁ ଓରଫ ଟୁନା (୫୨)। ଆଜି ଟୁନା, ତାଙ୍କ ପତ୍ନୀ କୁନି ସ୍ବାଇଁ (୪୦) ଓ ପୁଅ ଆଶୁତୋଷ ଭୋଜି କରିବା ପାଇଁ ବାଇକ୍‌ରେ ଦେଓଝର ଯାଇଥିଲେ। ଭୋଜି ସାରି ସନ୍ଧ୍ୟା ୬ଟାରେ ସେମାନେ ଘାଟି ରାସ୍ତାରେ ଘରକୁ ଫେରୁଥିଲେ। ଏହିସମୟରେ ଏକ ଅଜଣା ଗାଡ଼ି ପଛପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ, ଭାରସାମ୍ୟ ହରାଇ ବାଇକ୍‌ ଘାଟି ରାସ୍ତା ପାର୍ଶ୍ୱକୁ ଖସି ପଡ଼ିଥିଲା। ସେହି ରାସ୍ତା ଦେଇ ଯାଉଥିବା‌ ଲୋକମାନେ ଏ ସମ୍ପର୍କରେ ବାଲିଝରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବିଜୟଙ୍କୁ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୁରୁତର ଆହତ କୁନି ଓ ପୁଅ ଆଶୁତୋଷଙ୍କୁ ୧୦୮ ଆମ୍ବୁଲାନ୍ସରେ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା ବେଳେ ଗୋଡ଼ିବନ୍ଧ ନିକଟରେ ଗାଡ଼ି ଖରାପ ଅଛି ବୋଲି ଡ୍ରାଇଭର୍‌ କହିଥିଲେ। ପରେ ୧୦୨ ଆମ୍ବୁଲାନ୍ସରେ ସେମାନଙ୍କୁ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଛି। ୧୦୮ ଆମ୍ବୁଲାନ୍ସ ଠିକ୍‌ ଥିଲେ ମଧ୍ୟ ଜାଣିଶୁଣି ଗୁରୁତର ରୋଗୀଙ୍କୁ ଅସହଯୋଗ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। କୁନିଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା ବେଳେ ପୁଅ ଆଶୁତୋଷ ସାମାନ୍ୟ ଆହତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।