ଦେଶ ବିଦେଶ

ଗାଜା ଯୁଦ୍ଧରେ ୧୦୩ ସାମ୍ବାଦିକ ନିହତ

ଜେରୁଜେଲମ: ଗାଜା ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ୫ ମାସ ଧରି ଚାଲିଥିବା ଯୁଦ୍ଧ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି । ‘ରିପୋର୍ଟର୍ସ ୱିଦାଉଟ ବର୍ଡର୍ସ’ (ଆରଏସ୍‌ଏଫ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ ଗାଜାରେ ଇସ୍ରାଏଲର ଆକ୍ରମଣରେ ଅତି କମ୍‌ରେ ୧୦୩ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଇଛି ବୋଲି ଆରଏସ୍‌ଏଫ କହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଗାଜାରେ ଅତ୍ୟନ୍ତ ବର୍ବରତାର ସହ ନରସଂହାର ଜାରି ରହିଛି ଏବଂ ଏହି ବର୍ବରତାରୁ ସ୍ବାସ୍ଥ୍ୟ କର୍ମୀ, ଗଣମାଧ୍ୟମ କର୍ମୀ ଏବଂ ସ୍ବେଚ୍ଛାସେବୀମାନେ ମଧ୍ୟ ବାଦ ପଡ଼ିନାହାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ପାଞ୍ଚ ମାସର ଯୁଦ୍ଧରେ ୧୦୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଅତ୍ୟନ୍ତ ବିରଳ ଓ ହୃଦୟ ବିଦାରକ ଘଟଣା ବୋଲି ଅନେକ ମାନବାଧିକାର ସଂଗଠନ ମତ ଦେଇଛନ୍ତି। ଅକ୍ଟୋବର ୭ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲଗାତାର ସାମ୍ବାଦିକଙ୍କ ମୃତ୍ୟୁ ଖବର ଆସିବା ଜାରି ରହିଥିବାରୁ ବିଶ୍ବବ୍ୟାପୀ ଅନେକ ଗଣମାଧ୍ୟମ ସଂଗଠନ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଟିଭି, ରେଡିଓ, ପ୍ରିଣ୍ଟ ମିଡିଆ ଏବଂ ମଲ୍ଟିମିଡିଆ ପାଇଁ କାର୍ଯ୍ୟ କରୁଥିବା ଅନେକ ସାମ୍ବାଦିକ, ଫଟୋଗ୍ରାଫର ଏବଂ କ୍ୟାମେରା ଅପରେଟର ଗାଜା ଯୁଦ୍ଧର ଶିକାର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯୧ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ସାମ୍ବାଦିକ ଅଛନ୍ତି। ଉତ୍ତର ଗାଜା, ଦକ୍ଷିଣ ଗାଜା ଓ ଖାନ୍‌ ୟୁନିସ୍‌ରେ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯିବାର ଅନେକ ନଜିର ରହିଥିବା ଆର୍‌ଏସ୍‌ଏଫ୍‌ ଦାବି କରିଛି। ଗାଜାରେ ଅନେକ ସାମ୍ବାଦିକଙ୍କ ଘରକୁ ଟାର୍ଗେଟ୍‌ କରି ବୋମା ମାଡ଼ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ