ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗାଜା ଅଧିକାର ଗୁରୁତର ତ୍ରୁଟି ହେବ; କିନ୍ତୁ, ଇସ୍ରାଏଲ୍‌କୁ ହମାସ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ପଡ଼ିବ: ଜୋ ବାଇଡେନ୍‌

ୱାସିଂଟନ୍‌: ଗାଜା ଅଧିକାର କରିବା ଇସ୍ରାଏଲ୍‌ ପ‌କ୍ଷରେ ଗୁରୁତର ତ୍ରୁଟି ହେବ, କିନ୍ତୁ ପ୍ରତି-ଆକ୍ରମଣ କରି ତାକୁ ହମାସ୍‌ ଉପରେ ପ୍ରତିଶୋଧ ନେବାକୁ ପଡ଼ିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଗତ ସପ୍ତାହରେ ହମାସ କରିଥିବା ଅତର୍କିତ ଆକ୍ରମଣକୁ ରାଷ୍ଟ୍ରପତି ବାଇଡେନ୍‌ ପୂର୍ବରୁ ନରସଂହାର ସହିତ ତୁଳନା କରିଥିଲେ।

ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପ୍ରସଙ୍ଗରେ ସେ ଏକମତ କି ବୋଲି ଟେଲିଭିଜନ୍‌ କାର୍ଯ୍ୟକ୍ରମ ’୬୦ ମିନିଟ୍’ରେ ପଚରାଯିବାରୁ ବାଇଡେନ୍‌ କହିଲେ, ଯୁଦ୍ଧର ନୀତିନିୟମ ଅନୁଯାୟୀ ଇସ୍ରାଏଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବ‌ୋଲି ମୋର ହୃଦ୍‌ବୋଧ ହେଉଛି। ସେହିପରି, ଗାଜାରେ ଥିବା ନିରୀହ ଜନତାଙ୍କୁ ଔଷଧ, ଖାଦ୍ୟ ଓ ପାନୀୟ  ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବା ଉଚିତ।

Image Courtesy of India Today

ଗାଜାକୁ ଉପରୋକ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିବା ସହିତ ଯୁଦ୍ଧ ଲାଗିଥିବା ଅଞ୍ଚଳରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ‘ହ୍ୟୁମାନ୍‌ କରିଡର୍‌’ ସ୍ଥାପନା ସପକ୍ଷରେ ବାଇଡେନ୍‌ ମତ ଦେଇଛନ୍ତି।

ସ୍ପଷ୍ଟୀକରଣ ଦେଇ ବାଇଡେନ୍‌ କହିଛନ୍ତି‌ ଯେ, ଇସ୍ରାଏଲ୍‌ରେ ହମାସ୍ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ସହିତ ଇରାନ୍‌ର ସମ୍ପର୍କ ଥିବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଏ ସଂକ୍ରାନ୍ତରେ ତାଙ୍କ ପ୍ରଶାସନ ଗୁଇନ୍ଦା ତଥ୍ୟାବଳି ସଂଗ୍ରହ କରୁଛି।

ସୂଚନାଯୋଗ୍ୟ, ଇସ୍ରାଏଲ୍‌-ହମାସ ଯୁଦ୍ଧରେ ମୃତ୍ୟୁସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ବୃଦ୍ଧି ପାଉଛି। ସୋମବାର ସୁଦ୍ଧା ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ପ୍ରାୟ ୪୦୦୦ ଟପିଯାଇଥିବା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ