ଦେଶ ବିଦେଶ

ଗାଜାରେ ସହାୟତା ପକାଇବା ବେଳେ ଅଘଟଣ: ପାରାସୁଟ୍ ନ ଖୋଲିବାରୁ ୫ ମୃତ, ୧୦ ଆହତ

ଗାଜା: ଯୁଦ୍ଧ ବିଧ୍ବସ୍ତ ଗାଜାର ଦୁର୍ଗତମାନଙ୍କୁ ବିଭିନ୍ନ ଦେଶ ଏବେ ରିଲିଫ ଯୋଗାଉଛନ୍ତି। ସ୍ଥଳଭାଗ ଦେଇ ସହାୟତା ଯୋଗାଣ ଯଥେଷ୍ଟ ହେଉ ନ ଥିବାରୁ ଆମେରିକା, ଜୋର୍ଡାନ ପରି ଦେଶ ଆକାଶମାର୍ଗରୁ ବିମାନରୁ ପାରାସୁଟ ମାଧ୍ୟମରେ ରିଲିଫ ପ୍ୟାକେଟ୍ ପକାଉଛନ୍ତି। କିନ୍ତୁ ଶୁକ୍ରବାର ପାରାସୁଟ୍ ନ ଖୋଲିବାରୁ ରିଲିଫ ପ୍ୟାକେଟ୍ ଲୋକଙ୍କ ଉପରେ ପଡ଼ି ୫ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସର୍ବବୃହତ୍ ଡାକ୍ତରଖାନାର ଜଣେ ଡାକ୍ତର ଶୁକ୍ରବାର କହିଛନ୍ତି ଯେ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଏକ ଏୟାରଡ୍ରପ୍‌ରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗାଜା ସିଟିର ଅଲ୍-ଶିଫା ହସ୍ପିଟାଲକୁ ନିଆଯାଇଛି ବୋଲି ଜରୁରିକାଳୀନ କକ୍ଷର ମୁଖ୍ୟ ନର୍ସ ମହମ୍ମଦ ଅଲ୍ ଶେଖ୍ କହିଛନ୍ତି। ଶେଖ୍ କହିଛନ୍ତି ଯେ ଉପକୂଳବର୍ତ୍ତୀ ଅଲ୍-ଶାଟି ଶରଣାର୍ଥୀ ଶିବିରର ଉତ୍ତରରେ ଏହି ଘଟଣା ଘଟିଛି।

ଶିବିରର ଜଣେ ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ଅଲ୍-ଗୌଲ କହିଛନ୍ତି ଯେ ସେ ଓ ତାଙ୍କ ଭାଇ ଏକ ବ୍ୟାଗ୍ ଅଟା ପାଇବା ଆଶାରେ ପାରାସୁଟ୍‌ରେ ତଳକୁ ଖସୁଥିବା ସହାୟତାକୁ ଅନୁସରଣ କରିଥିଲେ। ତା’ପରେ ହଠାତ୍ ପାରାସୁଟ୍ ଖୋଲି ନ ଥିଲା ଏବଂ ଗୋଟିଏ ଘରର ଛାତ ଉପରେ ରକେଟ୍ ଭଳି ଖସି ପଡ଼ିଥିଲା। ୧୦ ମିନିଟ୍ ପରେ ସେ ଦେଖିଲେ ଯେ ଲୋକମାନେ ତିନିଜଣ ମୃତକ ଓ ଅନ୍ୟ ଆହତମାନଙ୍କୁ ସ୍ଥାନାନ୍ତର କରୁଛନ୍ତି, ଯେଉଁମାନେ ଘରର ଛାତ ଉପରେ ରହୁଥିଲେ ଓ ଯେଉଁଠାରେ ସହାୟତା ପ୍ୟାକେଜ୍ ପଡ଼ିଥିଲା। ଜୋର୍ଡାନର ଏକ ସାମରିକ ସୂତ୍ର କହିଛି ଯେ ଶୁକ୍ରବାର କିଛି ପାରାସୁଟ୍ ନ ଖୋଲିବା ଏବଂ ମୁକ୍ତ ଭାବରେ ତଳକୁ ଖସିପଡ଼ିବାରେ ଯେଉଁ ବୈଷୟିକ ତ୍ରୁଟି ଦେଖାଦେଇଥିଲା ତାହା ଜୋର୍ଡାନର କୌଣସି ବିମାନର ନୁହେଁ। ମିଳିତ ଜାତିସଂଘ କହିଛି ଯେ ଏୟାରଡ୍ରପ୍ କଦାପି ସ୍ବାଭାବିକ ବିତରଣର ବିକଳ୍ପ ହୋଇପାରିବ ନାହିଁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ