ଦେଶ ବିଦେଶ ସ୍ୱାସ୍ଥ୍ୟ

ଗାଜରରେ ରହିଛି ଏହି ସବୁ ସୁଗୁଣ; ଦୈନିକ ଖାଇଲେ ମିଳିବ ଅନେକ ସୁବିଧା

ଆପଣ ଗାଜର ଖାଇବାକୁ ପସନ୍ଦ କରନ୍ତି ତ? ଗାଜରକୁ ବିଭିନ୍ନ ପ୍ରକାର ଉପାୟରେ ସେବନ କରାଯାଇପାରେ। କେହି କେହି ଗାଜରରକୁ ତରକାରୀରେ ବ୍ୟବହାର କରିଥାନ୍ତି ତ ଆଉ କେହି ଏହାକୁ ନୁଡୁଲ୍ସ ବନାଇବାରେ ବ୍ୟବହାର କରନ୍ତି। ଆଉ କେହି ଗାଜରକୁ ହାଲ୍‌ୱା କରି ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି କଞ୍ଚା ଗାଜର ବି ଖାଇଥାନ୍ତି। ଗାଜର ଜୁସ୍‌ ମଧ୍ୟ ପେଟ ପାଇଁ ଭାରି ଭଲ। ଆପଣ ଗାଜରକୁ ଯେପରି ବି ଖାଆନ୍ତୁ ଏଥି‌ରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି।

ଗାଜରରେ ଥିବା ଫାଇବର୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ଗାଜରରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ ଏବଂ ବେଟା-କ୍ୟାରୋଟିନ୍‌ ରହିଛି। ଯାହାକି ଶରୀରରେ ମଧୁମେହ ହେବାର ସମ୍ଭାବନନାକୁ କମ୍‌ କରିଥା‌ଏ।

ଗାଜର ଖାଇବା ଦ୍ବାରା ଆପଣଙ୍କ ହାଡ଼ ବି ମଜ୍‌ବୁତ୍‌ ହେବ। ଗାଜରରେ କ୍ୟାଲ୍‌ସିୟମ୍‌ ଏବଂ ଭିଟାମିନ୍‌ କେ ମଧ୍ୟ ରହିଛି। ଏହି ଦୁଇଟି ଭିଟାମିନ୍‌ ହାଡ଼କୁ ମଜବୁତ୍‌ କରିଥାଏ।

ଆପଣ ଗାଜରକୁ ନିୟମିତ ବି ଖାଇପାରିବେ। ନିୟମିତ ଗାଜର ଖାଇଲେ ତ୍ବଚା ଭଲ ରହିଥାଏ। ଓଜନ ହ୍ରାସ୍‌ କରିବାରେ ବି ଗାଜରର ଭୂମିକା ଗୁରୁତ୍ବପୂର୍ଣ୍ଣ।

ଆଖି ପାଇଁ ବି ଗାଜର ବହୁତ ଭଲ। ଗାଜର ଖାଇବା ଦ୍ବାରା କର୍କଟ ରୋଗର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ।

ଗାଜର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଗାଜର ସମସ୍ତଙ୍କୁ ସୁହାଇନଥାଏ। ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ବି ରହିଛି। ଏହାକୁ ଖାଇଲେ କିଛି ଲୋକଙ୍କର ଶରୀର କୁଣ୍ଡେଇ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ