ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ବୁଲିଲା ଭୁଜାଲି : ଜମିଜମା ବିବାଦରୁ ଆକ୍ରମଣ, ଜଣେ ଶିଶୁଙ୍କ ସମେତ ୪ ଗୁରୁତର

ସୋର ୨୨।୬: ଗାଁ ଦାଣ୍ଡରେ ବୁଲିଲା ଭୁଜାଲି ଓ ରଡ଼ । ଜମିଜମା ବିବାଦ ଉଗ୍ରରୂପ ନେବା ସହ ରଡ଼ ଓ ଭୁଜାଲି ଆକ୍ରମଣରେ ଶିଶୁ ସମେତ ୪ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଏହି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ଠେଲାପେଲା ହୋଇଥିଲା । ତାପରେ ଗୌରାଙ୍ଗ ଦାସ ଓ ତାଙ୍କ ପୁଅ ପ୍ରଶାନ୍ତ ଦାସ ରଡ଼ ଓ ଭୁଜାଲି ସାହାଯ୍ୟରେ ହରେକୃଷ୍ଣ ଦାସଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୨ବର୍ଷର ନାବାଳକ ଅଛନ୍ତି । ଆକ୍ରମଣ ବେଳେ ଛଡାଇବାକୁ ଯାଇଥିବା ଉକ୍ତ ଗ୍ରାମର ରଘୁନାଥ ମଣ୍ଡଳ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଖଇରା ପରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।