ଅପରାଧ ରାଜ୍ୟ

ଗାଁ ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, କାରଣ ଖୋଜୁଛି ପୋଲିସ

ବୌଦ୍ଧ ୧୭।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକଙ୍କ ନାମ ସୁରେଶ ସାହୁ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କହଂରପଡ଼ା ଗାଁର ଘଟଣା । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୌଦ୍ଧ ସଦର ବ୍ଲକ ଶଗଡ଼ା ପଞ୍ଚାୟତ କହଁରପଡ଼ା ଗାଁରେ ୩୨ ବର୍ଷୀୟ ଯୁବକ ସୁରେଶ ସାହୁଙ୍କ ମୃତଦେହ ଜଙ୍ଗଲରୁ ଠାବ ହୋଇଛି । ସୋମବାର ରାତିରେ ଘରେ ସମସ୍ତ ଖାଇ ସାରି ଶୋଇବା ପରେ ସୁରେଶ କେଉଁଆଡ଼େ ପଳାଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶେଷରେ ଗାଁ ଜଙ୍ଗଲରୁ ସୁରେଶଙ୍କ ମୃତଦେହ ଠାବ ହୋଇଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେଶଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି । ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଏହା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେପଟେ ମନମୁଣ୍ଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।