ଅପରାଧ ରାଜ୍ୟ

ଗାଁର ଅନ୍ୟ ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ନିସ୍ତୁକ ମାଡ଼

ସାଲେପୁର ୨୬।୦୫: ମହଙ୍ଗା ପଡିଲା ମୋବାଇଲ୍‌କୁ ମେସେଜ୍‌ ପଠାଇବା । ମୋବାଇଲ୍‌କୁ ଅଶ୍ଲୀଳ ମେସେଜ୍‌ ପଠାଇବାକୁ ନେଇ ଗଣ୍ଡଗୋଳ । ସ୍ୱାମୀ-ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଗାଁରେ ଚିନ୍ମୟୀ ମହାନ୍ତି ଏଭଳି ଅଭିଯୋଗ ଆଣିଛନ୍ତି । ଘଟଣାକୁ କେନ୍ଦ୍ରକରି ଗାଁରେ ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି ।

ଖବର ଅନୁଯାୟୀ, ରାଇସୁଙ୍ଗୁଡ଼ା ଗାଁର ରବି ମହାନ୍ତି ସେହି ଗାଁର ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇଥିଲା । ଏହି ଘଟଣାକୁ ନେଇ ରବି ମହାନ୍ତିଙ୍କ ପରିବାରକୁ ସେହି ଗାଁର ବାବୁଲା ମହାନ୍ତି, ବାବାଜୀ ମହାନ୍ତି, ସାବି ମହାନ୍ତି ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ରବି ମହାନ୍ତି କୌଣସି କ୍ରମେ ଖସି ଆସିଥିବା ବେଳେ ବାବୁଲା ଓ ତାଙ୍କ ସହଯୋଗୀମାନେ ରବିଙ୍କ ସ୍ତ୍ରୀ ଚିନ୍ମୟୀକୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ। ଚିନ୍ମୟୀଙ୍କ ପିଲାମାନେ ଓ ତାଙ୍କ ଶାଶୁ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଛି।

କେବଳ ସେତିକି ନୁହେଁ ଚିନ୍ମୟୀଙ୍କ ୩ ପିଲାଙ୍କୁ ବାବୁଲା ଓ ତାର ସହଯୋଗୀମାନେ ଅଟକ ରଖିବା ସହ ଜୀବନରୁ ମାରିବାକୁ ଧମକ ଦେଉଛନ୍ତି। ଏନେଇ ଚିନ୍ମୟୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ବାବୁଲା ଓ ତାର ସହଯୋଗୀମାନେ ଚିନ୍ମୟୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ଉଭୟ ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।