ଖେଳ ଦେଶ ବିଦେଶ ମନୋରଞ୍ଜନ

ଗଳି ପିଲାଙ୍କ ସହ କ୍ରିକେଟ୍‌ ଖେଳୁଛନ୍ତି ଆମିର୍‌

ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର୍‌ ଖାନ୍‌ ଏବେ ଡେରାଡୁନ୍‌ରେ ଛୁଟି କାଟୁଛନ୍ତି। ସେ ସେଠାରେ ଜାଖନ୍‌ରେ ନିଜ ସମ୍ପର୍କୀୟଙ୍କ ଘରେ ଅଛନ୍ତି। ରବିବାର ଦିନ ଆମିରଙ୍କୁ ସେଠାକାର ପିଲାମାନଙ୍କ ସହ କ୍ରିକେଟ ଖେଲୁଥିବା ଦେଖିବାକୁ ମିଳିଛି। ପ୍ରଥମେ ପିଲାମାନେ ଆମିରଙ୍କୁ ଚିହ୍ନି ପାରିନଥିଲେ। ପରେ ସେମାନେ ସମସ୍ତେ ତାଙ୍କ ସହ ଫଟୋ ଉଠାଇଥିଲେ। ଏବେ ଏସବୁ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଆମିରଙ୍କ ଏଭଳି କାର୍ଯ୍ୟକୁ କୋଟି କୋଟି ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ‘ଲାଲ୍‌ ସିଂହ ଚଢ଼ା’ର ସୁଟିଂ ସମୟରେ ଆମିର୍‌ ଆହତ ହୋଇଥିଲେ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏଥିରେ ଆମିରଙ୍କ ସହ କରୀନା କପୁରଙ୍କୁ ବି ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ