ଦେଶ ବିଦେଶ ମନୋରଞ୍ଜନ

ଗର୍ଭାବସ୍ଥାରେ କରୀନାଙ୍କ କମର୍ସିଆଲ୍ ଫଟୋସୁଟ୍

ବଲିଉଡ୍‌ର ବେବୋ ତଥା କରୀନା କପୁର ଖାନ୍ ବଡ଼ ଭଉଣୀ କରିସ୍ମାଙ୍କ ସହ ଏବେ କମର୍ସିଆଲ୍ ଫଟୋସୁଟ୍ କରୁଥିବା ନଜର ଆସିଛନ୍ତି। ଭଉଣୀ କରିସ୍ମାଙ୍କ ସହ ମିଶି ଫିଲ୍ମରେ କେବେ ନଜର ଆସିନଥିବା କରୀନା ପ୍ରଥମ ଥର ପାଇଁ ଗର୍ଭବତୀ ଥିବା ସମୟରେ ଫଟୋସୁଟ୍‌ କରୁଛନ୍ତି। କରୀନା ଓ କରିସ୍ମା ଉଭୟ ସମାନ ରଙ୍ଗର ଡ୍ରେସ୍ ପିନ୍ଧି ବିଜ୍ଞାପନରେ ସୁଟିଂ କରୁଥିବା ନିଜେ କରିନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଚଳିତ ବର୍ଷ ବଲିଉଡ୍‌ରେ ୨୦ ବର୍ଷର କ୍ୟାରିୟର ପୂରଣ କରିଥିବା କରିନା ତୈମୁର୍ ଅଲ୍ଲୀ ଖାନ୍‌ଙ୍କ ଜନ୍ମ ବେଳକୁ ମଧ୍ୟ ସୁଟିଂ ଜାରି ରଖିଥିଲେ। ୨୦୧୮ରେ ତୈମୁର ଜନ୍ମ ହେବା ପରେ ଭିରେ ଦି ୱେଡିଂ ଓ ୨୦୧୯ରେ ଅକ୍ଷୟ କୁମାରଙ୍କ ସହ ଗୁଡ୍ ନ୍ୟୁଜ୍ ଫିଲ୍ମରେ ଅଭିନୟ କରିଥିଲେ। ସେହିଭଳି ନିଜର ଦ୍ବିତୀୟ ପିଲା ଜନ୍ମ ହେବା ପରେ କରିନାଙ୍କ ଲାଲ୍ ସିଂହ ଚଡ୍ଡା ଫିଲ୍ମ ରିଲିଜ୍ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ