ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର, ପ୍ରସବ ବେଳେ ଜଣାପଡ଼ିବ ନାହିଁ ଯନ୍ତ୍ରଣା

ନୂଆଦିଲ୍ଲୀ: ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେହି ସମୟର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି । ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ପ୍ରସବ କରାଉଥିବା ଡାକ୍ତର ଓ ନର୍ସମାନେ ଅନୁଭବ କରିପାରନ୍ତି । ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ଉପାୟରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ ବିଶ୍ୱରେ କିଛି ନା କିଛି ନୂତନ ଉଦ୍ଭାବନ ଦେଖିବାକୁ ମିଳିଛି । ହେଲେ ବିଜ୍ଞାନର ଅଗ୍ରଗତି ସବୁଠୁ ଅଧିକ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନରେ । ଯାହାଦ୍ୱାରା ଅସାଧ୍ୟ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇ ପାରୁଛି । ହେଲେ ପ୍ରଥମ ଥର ପାଇଁ ଗର୍ଭବତୀମାନଙ୍କୁ ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତରମାନେ ଏକ ଗବେଷଣା କରି ସେଥିରେ ଉପନୀତ ହୋଇଛନ୍ତି । ଯେଉଁଥି ପାଇଁ ଏହି ଗବେଷଣା କରୁଥିବା ଟିମକୁ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି ।

ବ୍ରିଟେନ୍‌ରେ ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଏଠାରେ ନ୍ୟାସନାଲ ହେଲ୍ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ । ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ । ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା,ପେଙ୍ଗୁଇନମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ । ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀମାନେ ସଂଗୀତ ମଧ୍ୟ ଶୁଣିପାରିବେ । ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ