ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗର୍ଭପାତ ପାଇଁ ପ୍ରତିଷ୍ଠା ହେବ ଆଉ ୧୧ଟି ମେଡିକାଲ ବୋର୍ଡ

ଭୁବନେଶ୍ବର : ଗର୍ଭ ଧାରଣର ୨୪ ସପ୍ତାହ ପରେ ଗର୍ଭପାତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ଆଉ ୧୧ଟି ମେଡିକାଲ ବୋର୍ଡ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସବୁ ମେଡିକାଲ କଲେଜରେ ଏହି ମେଡିକାଲ ବୋର୍ଡ ପ୍ରତିଷ୍ଠା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ୨୦ ସପ୍ତାହ ପରେ ଆଇନସମ୍ମତ ଗର୍ଭପାତ ପାଇଁ କୋର୍ଟରୁ ଅନୁମତି ଆଣିବାକୁ ପଡ଼ୁଥିଲା। ତେବେ ମେଡିକାଲ ଟର୍ମିନେସନ ପ୍ରେଗ୍ନେନ୍ସି(ଏମ୍‌ଟିପି) ଆଇନ ୧୯୭୧ ଅନୁସାରେ ରାଜ୍ୟ ସରକାର ଏସ୍‌ସିବି ମେଡିକାଲ କଲେଜରେ ଏକ ମେଡିକାଲ ବୋର୍ଡ ପ୍ରତିଷ୍ଠା କରିଥିଲେ। ଏହି ବୋର୍ଡ ୨୪ ସପ୍ତାହ ପରେ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ସ୍ଥିତିକୁ ବିଚାରକୁ ନେଇ ଅନୁମତି କିମ୍ବା ପ୍ରତ୍ୟାଖାନ କରୁଥିଲା। ତେବେ ରାଜ୍ୟବ୍ୟାପୀ ସବୁ ଆବେଦନର ନିର୍ଦ୍ଦିଷ୍ଟ ସମୟରେ ବିଚାର କରିବା ଗୋଟିଏ ମେଡିକାଲ ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତେଣୁ ଅଧିକ ସଂଖ୍ୟାରେ ମେଡିକାଲ ବୋର୍ଡ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଣିକି ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ, ବାଲେଶ୍ବରସ୍ଥିତ ଏଫ୍‌ଏମ୍‌ ମେଡିକାଲ କଲେଜ, ମୟୂରଭଞ୍ଜସ୍ଥିତ ପିଆରଏମ୍‌ ମେଡିକାଲ କଲେଜ, ବଲାଙ୍ଗୀରସ୍ଥିତ ବିବି ମେଡିକାଲ କଲେଜ, କୋରାପୁଟସ୍ଥିତ ଏସଏଲଏନ୍ ମେଡିକାଲ କଲେଜ, ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, କେନ୍ଦୁଝର, ସୁନ୍ଦରଗଡ଼ ମେଡିକାଲ କଲେଜ, ଏମ୍‌ସ ଭୁବନେଶ୍ବର ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ରେ ଏହା କାର୍ଯ୍ୟ କରିବ। ସଂପୃକ୍ତ ମେଡିକାଲ କଲେଜର ଅଧୀକ୍ଷକ ଏହି ମେଡିକାଲ ବୋର୍ଡର ଆବାହକ ରହିବେ। ଏହାସହ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁରୋଗ, ରେଡିଓଲୋଜି, ନିଶ୍ଚେତକ ଓ ଭେଷଜ ବିଭାଗର ମୁଖ୍ୟ ଏଥିରେ ସଦସ୍ୟ ରହିବେ। ମେଡିକାଲ କଲେଜର କ୍ୟାମ୍ପସରେ ଏହି ବୋର୍ଡ କାର୍ଯ୍ୟ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ