ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାଗ୍ୟକୁ ଆଦରି ଦୁଃଖ ଯନ୍ତ୍ରଣାରେ ଚାହିଁ ବସିଛନ୍ତି ପ୍ରଭାସିନୀ ମାଝୀ

ଗରୀବ ଅସହାୟ ବିକଳାଙ୍ଗ ପରିବାରର ପାଇଁ ଏଠି ସରକାର ଙ୍କ ଯୋଜନା ଫେଲ୍ । ଏମିତି ଏକ ଲୁହଭରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଟୁମୁଲାପଦର ଗାଁ ର ଦୃଶ୍ୟ ସେହି ଗାଁରେ ରହି ଆସୁଛନ୍ତି ୪୦ ବର୍ଷ ର ପ୍ରଭାସିନୀ ମାଝୀ । ପରିବାର କହିଲେ ସ୍ବାମୀ ଝିଅ ତିନି ପରିବାର । ଭାଗ୍ୟକୁ ଆଦରି ଦୁଃଖ ଯନ୍ତ୍ରଣାରେ ଚାହିଁ ବସିଛନ୍ତି ପ୍ରଭାସିନୀ ମାଝୀ ଦୁଇଟି ଗୋଡ଼ ସଠିକ୍ କାମ କରୁନଥିବା ଯୋଗୁଁ ଭଲ ଭାବରେ ଚାଲିପାରୁ ନାହାନ୍ତି । ଏପଟେ ଗୋଟିଏ ହାତ ପୋଡ଼ି ଯାଇଥିବା ରୁ ହାତ ମଧ୍ୟ ସଠିକ୍ କାମ କରିବା କଷ୍ଟକର ହୋଇପଡିଛି । କିନ୍ତୁ ଦୁଃଖ ପରିତାପର ବିଷୟ ସରକାର ଙ୍କ ଯୋଜନା ମାଳ ମାଳ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିକଳାଙ୍ଗ ଅସହାୟ ପରିବାରକୁ ମିଳି ପାରିନାହିଁ ଭତ୍ତା ନା ମିଳିଛି ରହିବାକୁ ଭଲ ଘର ଖଣ୍ଡିଏ ।ଏଠି ପ୍ରଶ୍ନ ଉଠୁଛି ଯୋଜନା ପରେ ଯୋଜନା ଥିଲେ ମଧ୍ୟ ମିଳୁନି କାହିଁକି । ଏହି ଭଳି ଦୁଃଖ କଷ୍ଟ ରେ ରହି ଆସୁଥିବା ଖବର ପାଇ କେଳାପଡା ପଞ୍ଚାୟତ ସମିତି ସଭ୍ୟ ବୈରାଗୀ କହଁର, ସମେତ ସମାଜ ସେବୀ ନିଳାମ୍ବର କହଁର ପହଞ୍ଚି କିଭଳି ଦୁଃଖ ଯନ୍ତ୍ରଣା ରହି ଆସୁଥିବା ପ୍ରଭାସିନୀ ମାଝୀ ଙ୍କୁ ଭତ୍ତା,ଭଲ ଘର ଖଣ୍ଡିଏ ମିଳି ପାରିବ ତାହା ଆମେ ନିଶ୍ଚୟ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଦେଇ ପ୍ରଭାସିନୀ ମାଝୀ ଙ୍କୁ ଭତ୍ତା ସମେତ ରହିବାକୁ ଘର ଖଣ୍ଡିଏ ଦେବା ପାଇଁ ଗ୍ରାମ ବାସୀ ସାଧାରଣ ରେ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ