ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଦଶରଥପୁର : ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ନେଇ ପ୍ରତି ପଞ୍ଚାୟତରେ ପ୍ରତିବାଦ ହେଉଛି। ଏହାରି ଭିତରେ ପଦାକୁ ଆସିଛି ଏକ ରୋଚକ ଘଟଣା। ଗରିବ ଲୋକଙ୍କ ପାଇଁ ଆବାସ ସାତସପନ ହୋଇଥିବା ବେଳେ ଜଣେ ଦୁଇ ମହଲା କୋଠାର ମାଲିକଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ସଂପୃକ୍ତ ବ୍ୟକ୍ତିଜଣକ ଏହି ଆବାସକୁ ଗାଈ ଗୁହାଳ କରିଛନ୍ତି। ଆବାସ ହିତାଧିକାରୀଙ୍କ ଯୋଗ୍ୟତାକୁ ନେଇ ବାଦ ବିବାଦ ହେଉଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ଏହି ହିତାଧିକାରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଦଶରଥପୁର ବ୍ଲକ ଗୋପାଳପୁର ପଞ୍ଚାୟତ ବିଭୁତିପୁର ଗ୍ରାମର ସେକ ଜମାଲଙ୍କୁ କୋଡ ନମ୍ବର (ଓଆର୩୨୪୮୮୧୦) ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପ୍ରଦାନ କରାଯାଇଛି । ମଂଜୁର ସଂଖ୍ୟା ଓଆର୨୦୦୦୬/୩/୪୧୨୨ରେ ୨୦୧୯ ନଭେମ୍ବର ୧୫ ନଭେମ୍ବରରେ ୨୦ ହଜାର ବ୍ଲକ ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ ୨୦୨୦ ଫେବ୍ରୁଆରି ୧୫ରେ ୩୫ ହଜାର,୨୦୨୦ ନଭେମ୍ବର ୨୦ରେ ୪୫ ହଜାର ପ୍ରଦାନ କରାଯାଇଛି । ସେକ ଜମାଲଙ୍କର ୨ ମହଲା କୋଠା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସଟି କୋଠାଘରକୁ ଲାଗି ନିର୍ମାଣ କରାଯାଇଛି । ଯାହାକୁ ଗୁହାଳ ରୂପେ ବ୍ୟବହାର କରାଯାଉଛି। ଅପରପକ୍ଷରେ ପାଲଟପୁର ପଞ୍ଚାୟତ ବିନ୍ଧାନନ୍ଦିପୁର ଗ୍ରାମର ଦୁଃଖୀରାମ ସିଂ ଜଣେ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ତାଙ୍କୁ ଆବାସ ଖଣ୍ଡେ ମିଳିପାରି ନାହିଁ । ପୂର୍ବରୁ ଏସ୍ଇସିସି ତାଲିକାରେ ନାମ ରହିଥିଲା। ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟାଳୟରେ ଲଗାଯାଇଥିବା ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ । ସେହିପରି ବିନ୍ଧାନନ୍ଦିପୁର ଗ୍ରାମର ସୁରେନ୍ଦ୍ର ଜେନା ଜଣେ ଦିନ ମଜୁରିଆ। ବର୍ତ୍ତମାନର ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ। ସେ ପାଲଟାଣି ରହୁଛନ୍ତି।
ଦଶରଥପୁର ବ୍ଲକ୍ରୁ ସର୍ବାଧିକ ୭୧୨୮ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ବ୍ଲକ୍ରେ ଆବାସ ଅନିୟମିତତା ନେଇ ୧୧୧୩ଟି ଅଭିଯୋଗ ଆସିଛି। ସେ ମଧ୍ୟରୁ ୩୫୯ ଅଭିଯୋଗର ତଦନ୍ତ ଶେଷ ହୋଇଥିବା ବେଳେ ୩୦୪ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ହିତାଧିକାରୀ ଚୟନରେ ସ୍ବଚ୍ଛତା ରହୁନି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l