ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୨ ମୃତ

ଭୁବନେଶ୍ବର: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୭ ଜଣ ସଂଗ‌େରୋଧ କେନ୍ଦ୍ରରୁ ଥିବା ବେଳେ ୨୩୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୭୮୯ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୯ ହଜାର ୭୪୭ ଜଣ। ଏବେ ବି ସକ୍ରିୟ ଅଛନ୍ତି ୬ ହଜାର ୨୫୯ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲ‌ାରୁ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେ‌ାଇଥିବା ବେଳେ ବାଲେଶ୍ବରରୁ ୨୧ ଜଣ, ଭଦ୍ରକରୁ ୨୫ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୪ ଜଣ, ଜଗତ୍‌ସିଂହପୁରରୁ ୧୯ ଜଣ, ଯାଜପୁରରୁ ୧୯ ଜଣ, ଝାରୁଗୁଡ଼ାରୁ ୨୫ ଜଣ, କଳାହାଣ୍ଡିରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, କେନ୍ଦୁଝରରୁ ୧୩ ଜଣ, ଖେ‌ାର୍ଦ୍ଧାରୁ ୪୯ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩୧ ଜଣ, ପୁରୀରୁ ୨୬ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୩୭ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୪୭ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ଏପଟେ କରୋନା ହେତୁ ରାଜ୍ୟରେ ପୁଣି ୧୨ ଜଣଙ୍କର ମୃତ୍ୟୁ ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ