ରାଜ୍ୟ ସ୍ପେଶାଲ ରିପୋର୍ଟ

ଗତ ବନ୍ୟାରୁ କିଛି ଶିଖିଲେନି, ପୁଣି ବୁଡ଼ିବ ଟିକରପଡ଼ା!

ଅନୁଗୁଳ: ମହାନଦୀ ବନ୍ୟାରେ ଗତବର୍ଷ ଭାସିଥିଲା ଟିକରପଡ଼ା। ଅଗଷ୍ଟ ମଝିରେ ଆସିଥିବା ଏହି ବଡ଼ ବନ୍ୟାରେ ଟିକରପଡ଼ା ପାଖାପାଖି ସପ୍ତାହେ ଧରି ଜଳମଗ୍ନ ରହିବା ସହ ଶତାଧିକ ଘର ଭାଙ୍ଗି ଯାଇଥିଲା। ହଜାର ହଜାର ଲୋକ ପ୍ରବାଭିତ ହୋଇଥିଲେ। ବନ୍ୟା ପରେ ଏହାର ସମୀକ୍ଷା ହେଲା। ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ କହାଗଲା। ହେଲେ ପରେ ସବୁ ଭୁଲିଗ​ଲେ। ଆଜି ପର୍ଯ୍ୟନ୍ତ ଟିକରପଡ଼ାରେ ବନ୍ୟା ପ୍ରତିକାର ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନି। ଯାହା କିଛି ଘୋଷଣା ହୋଇଛି, କାର୍ଯ୍ୟକାରୀ କରାଯାଇନି। ତେଣୁ ଏବର୍ଷ ବନ୍ୟା ଆସିଲେ ଟିକରପଡ଼ା ପୁଣି ବୁଡ଼ିବା ଥୟ।

ମହାନଦୀ କୂଳରେ ଥିବା ଅନୁଗୁଳ ଜିଲ୍ଲାର ଟିକରପଡ଼ା ଅଞ୍ଚଳ ଦୀର୍ଘ ବର୍ଷ ପରେ ଗତ ଅଗଷ୍ଟରେ ଏକ ବଡ଼ ବନ୍ୟା ଦେଖିଥିଲା। କେବଳ ଟିକରପଡ଼ା ନୁହଁ, ଆଠମଲ୍ଲିକ ବ୍ଲକ୍‌ ମଧ୍ୟ ପ୍ରଭାବିତ ହୋଇଥିଲା। ଏହି ବନ୍ୟାରେ ଟିକରପଡ଼ା ପଞ୍ଚାୟତର ଟିକରାପଡ଼ା, ବେହେରାସାହି, ମଝିପଡ଼ା ଓ ଗଇଁଦି ଗାଁ ସହିତ ଆଠମଲ୍ଲିକ ବ୍ଲକର ୬୧ ଟି ଗାଁ ପ୍ରଭାବିତ ହୋଇଥିଲା। ଜିଲ୍ଲାରେ ୨ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ଯାଇଥିବାବେଳେ ହଜାର ହଜାର ଲୋକ ପାଣି ଘେରରେ ରହିଥିଲେ। ଟିକରପଡ଼ା ଘାଟସାହିରେ ଥିବା ୫୦ ପରିବାର ସମ୍ପୂର୍ଣ୍ଣ ବାସହରା ହୋଇପଡ଼ିଥିଲେ। ବନ୍ୟାପାଣି ନଦୀରୁ ପାଖାପାଖି ଦେଢ଼ କିମି ଜନବସତିକୁ ଆଡ଼କୁ ମାଡ଼ି ଆସିଥିଲା। ଏପରିକି ଏମିତି ବନ୍ୟା ଟିକରପଡ଼ାବାସୀ ଆଗରୁ କେବେ ଦେଖି ନଥିବା କହିଥିଲେ।

ଏ ମଧ୍ୟରେ ବର୍ଷେ ବିତିଥିଲେ ମଧ୍ୟ ବନ୍ୟା ପ୍ରତିକାର ପାଇଁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଇନି। କେବଳ ସମୀକ୍ଷା, ଘୋଷଣା ଓ ପ୍ରସ୍ତୁତିରେ କାମ ସରିଛି। ଟିକରପଡ଼ାରେ ବନ୍ୟା ଆଶ୍ରୟସ୍ଥଳୀ ପାଇଁ ସରକାର ଗତକାଲି ଘୋଷଣା କରିଛନ୍ତି। କରଡ଼ାପଡ଼ା-ଗଇଁଦି ରାସ୍ତାରେ ଏକ ବଡ଼ ପୋଲ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ଏହି ପୋଲ ଉଚ୍ଚ ହେଲେ ଗଇଁଦି ଆଉ ବାହ୍ୟ ଜଗତରୁ ଅଲଗା ହେବନି। ସେହିପରି ଟିକରପଡ଼ା ଉଚ୍ଚ ବିଦ୍ୟାଳୟରୁ ମହାନଦୀ କୂଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ୩ ଫୁଟ୍‌ ଉଚ୍ଚ କରାଗଲେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଇଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ଶେଷ ହୋଇପାରିଲାନି। କିଛିଦିନ ତଳେ ଏହି କାମ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ସରିବା ଆଗରୁ ଏହା ଶେଷ ହେବା ଆଶା କମ୍‌। ତେଣୁ ମହାନଦୀରେ ଚଳିତବର୍ଷ ବନ୍ୟା ଆସିଲେ ଟିକରପଡ଼ା ପଞ୍ଚାୟତ ୪ଟି ଗାଁର ଲୋକେ ପୁଣି ଦହଗଞ୍ଜ ହେବା ନିଶ୍ଚିତ। ଏପରିକି ଆଶ୍ରୟ ନେବା ପାଇଁ ସେମାନଙ୍କ ପାଇଁ ଜାଗା ଖଣ୍ଡେ ବି ଏ ଭିତରେ ନିର୍ମାଣ କରାଯାଇପାରିନି। ଏଥିନେଇ ଟିକରପଡ଼ା ସରପଞ୍ଚ ସୌମ୍ୟରଂଜନ ସାହୁ କହିଛନ୍ତି ଯେ ଗତ ବନ୍ୟାରେ ଟିକରପଡ଼ାବାସୀ ବହୁ ଦୁଃଖକଷ୍ଟ ସହିଥିଲେ। ଏହା ପରେ ପ୍ରଶାସନିକ ଅଧିକାରୀମାନେ ଏହାର ସମୀକ୍ଷା କରିଥିବାରୁ ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ଆଶା ରଖିଥିଲୁ। କିନ୍ତୁ ବର୍ଷେ ବିତିଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇନି। ତେଣୁ ପୁଣି ମହାନଦୀ ବନ୍ୟା ଆଶଙ୍କାରେ ଟିକରପଡ଼ାବାସୀ ଏବେଠାରୁ ଚିନ୍ତାରେ ଅଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ପ୍ରଶାସନ କେବଳ ବନ୍ୟା ମୁକାବିଲା କରିବାକୁ ଚୁଡ଼ା, ଚାଉଳ ମହଜୁଦ କରି ନିଜ କାମ ବଢ଼ାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।