ରାଜ୍ୟ ସ୍ପେଶାଲ ରିପୋର୍ଟ

ଗତବର୍ଷ ତୁଳନାରେ ୩ ଗୁଣ ଅଧିକ କାଳବୈଶାଖୀ

ଭୁବନେଶ୍ବର : ଗତବର୍ଷ ୮୦ ଥର କାଳବୈଶାଖୀ ଝଡ଼ ହୋଇଥିବା ବେଳେ ଚଳିତବର୍ଷ (ଏଯାବତ୍‌) ୨୩୦ଟି ହେଲାଣି। କାଳବୈଶାଖୀର ଏହି ଅସ୍ବାଭାବିକ ବୃଦ୍ଧି ପାଇଁ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ବିଶେଷକରି ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସେବା ଯୋଗାଉଥିବା ଅଞ୍ଚଳରେ ଭିତ୍ତିଭୂମିକୁ ଗୁରୁତର ଭାବେ ପ୍ରଭାବିତ କରିଛି। କାଳବୈଶାଖୀରେ ‌ହୋଇଥିବା ଉତ୍ତରପଶ୍ଚିମା ଝଡ଼ ଯୋଗୁଁ ବଡ଼ ବଡ଼ ଗଛ
ଉପୁଡ଼ି ପଡ଼ିବା ଫଳରେ ତାର ଛିଣ୍ଡିବା ସହ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯାଇଛି। ଏଥିପାଇଁ ବିଦ୍ୟୁତ ଯୋଗାଣ ନେଟ୍‌ୱର୍କରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବିଦ୍ୟୁତ ଯୋଗାଣରେ ବିଭ୍ରାଟ ହୋଇଛି। ଏହି ଝଡ଼ ଆବାସିକ, ବାଣିଜ୍ୟିକ ଅଂଚଳ ଓ ଭିତ୍ତିଭୂମିକୁ ଗୁରୁତର ପ୍ରଭାବିତ କରିଛି।

ଟିପିସିଓଡିଏଲ୍‌ ପାଇଁ ଏହା ଏକ ଆହ୍ୱାନ ହୋଇଥିବା ସତ୍ତ୍ବେ, ୭୭୦୦ରୁ ଅଧିକ କ୍ଷେତ୍ର କର୍ମଚାରୀ, ଲାଇନ୍‌ମ୍ୟାନ୍ ଓ ଇଞ୍ଜିନିୟରଙ୍କ ଟିମ୍ ଦିନରାତି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଛନ୍ତି। ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ବେଳେ ଦୁର୍ଗମ ଅଂଚଳରେ ଉପୁଡ଼ି ଯାଇଥିବା ଗଛ, ଗୁଡ଼ାଇ ତୁଡ଼ାଇ ହୋଇ ରହିଥିବା ବିଦ୍ୟୁତ ତାର ଓ ଦବି ଯାଇଥିବା ସଡ଼କ ଭଳି ଆହ୍ୱାନକୁ ସାମ୍ନା କରିଛନ୍ତି। ଏହି ନିରବଚ୍ଛିନ୍ନ ଅକ୍ଲାନ୍ତ ପରିଶ୍ରମ ଯୋଗୁ ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରଭାବିତ ଅଂଚଳରେ ୬ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରିଥିଲା। ଏହି ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ଟିମ୍ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବାକୁ ଅଗ୍ରାଧିକାର ଦିଆଯାଇଥିଲା। ଯାହା ଫଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିଥିଲା ଓ ଲୋକମାନେ ସୁରକ୍ଷିତ ଭାବେ ଘର ଭିତରେ ରହିପାରିଥିଲେ ବୋଲି ଟିପିସିଓଡିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।