ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଗଣେଶ ପୂଜା ପୂର୍ବରୁ ଶିକ୍ଷକଙ୍କୁ ବେତନ ମିଳୁ: ଓଷ୍ଟା

ଭୁବନେଶ୍ବର: ଗଣେଶ ପୂଜା ଓ ନୂଆଖାଇ ପୂର୍ବରୁ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଦରମା ପାଇବାରୁ ବଞ୍ଚିତ ହେବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆଶଙ୍କା ପ୍ରକାଶ କରିଛି। ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଓଡ଼ିଶାର ୬୪୮ ମାଧ୍ୟମିକ, ୬୦୯ ଉଚ୍ଚ ପ୍ରାଥମିକ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୨୬୦୮ ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ୯୧୬ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ସଂସ୍କୃତ ଟୋଲ୍ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀ ଆଲଟ୍‌ମେଣ୍ଟ ଅନୁଯାଇ ଦରମା ପାଇଥାନ୍ତି। ଏହା ତ୍ରୈମାସିକ ଆଲଟ୍‌ମେଣ୍ଟ ଭାବେ ରାଜ୍ୟ ସରକାର ଅନୁମୋଦନ ଲାଭ ପରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହାକୁ ଭାଗ କରି ପ୍ରତି ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଥାଏ। ତିନି ମାସକୁ ଥରେ ଏହି ମଞ୍ଜୁରି ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଗତ ତ୍ରୈମାସିକ ଦରମା ମଞ୍ଜୁରି ସମୟରେ ଆର୍ଥିକ ନିଅଣ୍ଟ ହେତୁ ଅନେକ ଜିଲ୍ଲାରେ ଶିକ୍ଷକ ଓ କର୍ମଚାରୀ ମେ’ ମାସଠାରୁ ଦରମା ପାଇ ନାହାନ୍ତି। ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନର ତ୍ରୈମାସିକ ଦରମା ପ୍ରଦାନ ନିମନ୍ତେ ଗତ ୫ ତାରିଖରେ ଗଣଶିକ୍ଷା ବିଭାଗ ଦରମା ମଞ୍ଜୁରି କରିଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ଆଲଟ୍‌ମେଣ୍ଟ ଜିଲ୍ଲାକୁ ପଠାଇ ନାହିଁ। ନିର୍ଦେଶାଳୟର ବରିଷ୍ଠ ଅଧିକାରୀ ଅନୁପସ୍ଥିତ ଥିବାରୁ ଦରମା ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ମନ୍ତ୍ରୀ ଓ ସଚିବ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ଏହି ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କୁ ତୁରନ୍ତ ଦରମା ପ୍ରଦାନର ବନ୍ଦୋବସ୍ତ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ଯଦି ଆସନ୍ତା ୩୦ ତାରିଖ ପୂର୍ବରୁ ସମସ୍ତ ଜିଲ୍ଲାର ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦରମା ପ୍ରଦାନ କରା ନଯାଏ ତେବେ ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି