ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିରଗାର: ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଜୁନିଅର କ୍ୟାଡରଭୁକ୍ତରୁ ବଞ୍ଚିତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଭାଷାଭିତ୍ତିକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କ ଜୁନିୟର କ୍ୟାଡର ମାନ୍ୟତା ଫାଇଲ ପ୍ରଶାସନିକ ନାଲି ଫିତା ତଳେ ଚାପି ହୋଇ ରହିଛି। ଯେଉଁଥିପାଇଁ ରାଜ୍ୟର ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଅଭିଯୋଗ ଅନୁଯାୟୀ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯଥାକ୍ରମେ ୨୦୦୮ ଓ ୨୦୧୧ରୁ ଅନ୍ୟ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ(ଟିଜିଟି)ମାନଙ୍କ ଅନୁରୂପ ଦରମା ପାଇ ଆସୁଛନ୍ତି। ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଟିଜିଟି ଆବଶ୍ୟକତା ଅନୁଯାୟୀ ବରିଷ୍ଠ ଟିଜିଟି ବା ସ୍କୁଲ ପ୍ରଧାନଶିକ୍ଷକକୁ ପଦୋନ୍ନତି ପାଉଥିବା ବେଳେ ହିନ୍ଦୀ ଓ ସଂସ୍କୃତ ପଢ଼ାଉଥିବା ଶିକ୍ଷକମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ଏହି ବଞ୍ଚିତ ଶିକ୍ଷକମାନଙ୍କ ଦୀର୍ଘ ଦିନର ଦାବିକୁ ୨୦୧୮ରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କ୍ୟାଡର ସଂଶୋଧନ ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।

ସେପଟେ ଉତ୍କଳ ପ୍ରଶିକ୍ଷିତ ସଂସ୍କୃତ ଶିକ୍ଷକ ସଂଘ(ଉତ୍ସା) ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଉପସଭାପତି ଜୀତେନ୍ଦ୍ର କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ପ୍ରଭାକର ଛତ୍ରିଆ, ମନୋଜ ମେହେର ପ୍ରମୁଖ ଗତକାଲି ବିଭାଗୀୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏସମ୍ପର୍କରେ ଜଣାଇଛନ୍ତି। ଯଦି ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଯାଏ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ସେହିପରି ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ସଭାପତି ଶେଖ୍ ସୁମନ୍ ଓ ଯୁଗ୍ମ ସମ୍ପାଦିକା ଇପ୍ସିତା ରାଉଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ଜୁନ୍‌ ମାସରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ୫-ଟି ସଚିବଙ୍କ ନୂଆପଡ଼ା, ବରଗଡ଼ ଗସ୍ତ ସମୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପ୍ରତିନିଧିମାନେ ଏହି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସମାନ କାମକୁ ସମାନ ଦରମା ଦେଇ କ୍ୟାଡର ବଦଳାଇବାରେ ରାଜ୍ୟ ସରକାର ଯେଉଁ ନୀଚ ଭାବ ଦେଖାଉଛନ୍ତି ତାର ପରିଣାମ ସ୍ୱରୂପ ସାରା ରାଜ୍ୟରେ ପଢ଼ାଯାଉଥିବା ହାଇସ୍କୁଲଗୁଡ଼ିକରେ କାର୍ଯ୍ୟରତ ହିନ୍ଦୀ, ସଂସ୍କୃତ, ଉର୍ଦ୍ଦୁ, ତେଲଗୁ ଶିକ୍ଷକମାନେ ୩ ମାସ ପାଇଁ ସମୂହ ଛୁଟି ନେବାକୁ ଯୋଜନା କରିଛନ୍ତି। ଏହାଦ୍ବାରା ସ୍କୁଲରେ ପାଠପଢ଼ା ବନ୍ଦ କରି ଶିକ୍ଷକ ଶିକ୍ଷୟିତ୍ରୀ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।