ଅପରାଧ ରାଜ୍ୟ

ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ, ଶନିବାରଠାରୁ ମିଳୁନି ପତ୍ତା

ପାରାଦୀପ ୦୯/୦୫: ପାରାଦୀପ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ । ଶନିବାରଠାରୁ ପତ୍ତା ମିଳୁନି ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି । ୧୦ ଦିନ ତଳେ ଧର୍ଷଣର ଶିକାର ହୋଇଥିଲେ ଆଶାକର୍ମୀ । ଅଭିଯୋଗ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଟିଆଇ ପରେଡ ଥିବାରୁ ଅପହରଣ ହୋଇଥିବା ନେଇ ଅଭିଯୋଗ ।

ସୂଚନା ଥାଉକି, ପାରାଦୀପ ଆଶାକର୍ମୀ ଅପହରଣ ଓ ଦୁଷ୍କର୍ମ ଘଟଣାରେ ନୂଆମୋଡ ଦେଖିବାକୁ ମିଳିଛି । ଥାନାରେ ଆଶାକର୍ମୀଙ୍କ ଅଭିଯୋଗ ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ତତ୍ପରତା ପ୍ରକାଶ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାର ଦିନ କେଇଟା ନ ପୂରୁଣୁ ଆଶାକର୍ମୀ ନିଖୋଜ ନେଇ ବାପା ଜଟାଧାର ମୁହାଣ ସାମୁଦ୍ରିକ ଥାନାରେ ଅଭିଯୋଗ ଆଣିଛନ୍ତି । ଯାହାକି ଘଟଣାରେ ନୂଆମୋଡ଼ ଦେଖାଦେଇଛି ।

ଅନ୍ୟ ପକ୍ଷରେ ଅପହରଣ ଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ଆଶାକର୍ମୀ ଙ୍କ ନିଖୋଜ ଘଟଣା ଅଧିକ ଜଟିଳ ହୋଇପଡିଛି । ଗୋଟିଏ ପଟେ ପରିବାର ଲୋକେ ଝିଅ ଆଶାକର୍ମୀ ହୋଇଥିବାରୁ କିଛି ରୋଗୀ ଦେଖିବାକୁ ବସ୍ତିକୁ ଯାଇ ଜଲଦି ଘରକୁ ଫେରିଆସିବାକୁ କହି ବିଳମ୍ବ ହେବାପରେ ଘରଲୋକେ ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ ମୋବାଇଲ ରିସିଭ କରିନଥିଲେ ଆଶାକର୍ମୀ ।

ତେବେ କିଛି ସମୟ ପରେ ମୋବାଇଲ ସୁଇଚ ଅଫ ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଥିଲେ ଆଶାକର୍ମୀ ଙ୍କ ବାପା ଯାହାକୁ ନେଇ ପୋଲିସର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।