ରାଜ୍ୟ

ଗଡ଼ିଲା ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ: ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସେଠାକୁ ଟିକେ ଆଶିଷ ପାଇବା ପାଇଁ। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେଶିଆଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ସ୍ବତନ୍ତ୍ର ଟ୍ରେନ ପ୍ରଥମ ଦିନରେ ଭୁବନେଶ୍ବର ରେଳ ଷ୍ଟେସନରୁ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକ ସମେତ ରାଜ୍ୟର ଅନ୍ୟ ଷ୍ଟେସନରୁ ବି ଚାଲିବ। ଏହି ଅବସରରେ ଯାତ୍ରୀ ଅଯୋଧ୍ୟା ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି। ତେଣୁ ଏଥିରେ ୧୪ଶହରୁ ଅଧିକ ଲୋକ ଯାଇପାରିବେ। ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାତ୍ରା କରିଛନ୍ତି। ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।