ଦେଶ ବିଦେଶ

ଗଡ଼କରୀଙ୍କୁ ଠାକ୍‌ରେଙ୍କ ପ୍ରସ୍ତାବ: ବିଜେପି ଛାଡ଼ି ଏମ୍‌ଭିଏରୁ ପ୍ରାର୍ଥୀ ହୁଅନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଏନ୍‌ଡିଏ ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ ହୋଇନଥିବା ବେଳେ ଏହାକୁ ନେଇ ଉଦ୍ଧବ ଠାକ୍‌ରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଶିବସେନା (ୟୁବିଟି) ସୁପ୍ରିମୋ ଠାକ୍‌ରେଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡ଼ି ଏମ୍‌ଭିଏ (ମହାବିକାଶ ଅଘାଡ଼ି)ରୁ ପ୍ରାର୍ଥୀ ହେବାକୁ ଖୋଲା ଅଫର ଦେଉଥିବାର ଦେଖିବାକୁ ମିଳିଛି । ଧରାଶିବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଠାକ୍‌ରେ କହିଛନ୍ତି, ନୀତିନଜୀଙ୍କ ନାମ ବିଜେପିର ପ୍ରଥମ ତାଲିକାରେ ନାହିଁ। ସେ ବିଜେପି ଛାଡି ଦିଅନ୍ତୁ ମହାବିକାଶ ଆଘାଡିରୁ ପ୍ରାର୍ଥୀ ହୁଅନ୍ତୁ। ବିଜୟ ଦେଖାଉଛୁ ବୋଲି ବିଜେପିକୁ ଚେତାବନୀ ଦେଇ ଉଦ୍ଧବ ଠାକରେ କହିଛନ୍ତି ଯେ ମହାରାଷ୍ଟ୍ର କେବେ ବି ଦିଲ୍ଲୀ ଆଗରେ ମୁଣ୍ଡ ନୁଆଁଇନାହିଁ। ଛତ୍ରପତି ଶିବାଜୀ ମହାରାଜ ଆଗ୍ରାର ଔରଙ୍ଗଜେବଙ୍କ ଆଗରେ ମୁଣ୍ଡ ନୁଆଁଇନଥିଲେ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୯୫ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରେ ଗଡ଼କରୀଙ୍କ ନାମ ନଥିବାରୁ ଉଦ୍ଧବ ଠାକ୍‌ରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନାଗପୁର ଲୋକସଭା ଆସନରୁ ଦୁଇ ଥର ସାଂସଦ ହୋଇଥିବା ନୀତିନ ଗଡ଼କରୀ ୨୦୧୪ ରୁ ଭାରତୀୟ ରାଜନୀତିରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ହୋଇଥିଲେ ମଧ୍ୟ ତାଙ୍କୁ ବିଜେପି ଉପେକ୍ଷା କରିଛି ବୋଲି ସେ କହିଛନ୍ତି। ତେବେ ଠାକ୍‌ରେ ଏଭଳି ପ୍ରସ୍ତାବକୁ କଡ଼ା ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ। ସେ କହିଛନ୍ତି ଯେ କିଛି ଲୋକ କ୍ଷୁଦ୍ର ମାନସିକତା ନେଇ ଅଜବ ବୟାନ ଦେଉଛନ୍ତି। ଯେତେବେଳେ ମହାରାଷ୍ଟ୍ରର ପ୍ରଥମ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିବ, ସେଥିରେ ସର୍ବପ୍ରଥମେ ଗଡ଼କରୀଜୀଙ୍କ ନାମ ରହିବ ବୋଲି ଫଡ଼ନାଭିସ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ