ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ଆନ୍ତରାଜ୍ୟ ମାଫିଆଙ୍କ ସମ୍ପତ୍ତି ସିଲ୍

ଉମରକୋଟ ୨।୬: ନବରଙ୍ଗପୁର ଜିଲ୍ଲାର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର ସୁବାସ ବିଶୋୟୀଙ୍କ ଦୁଇ ପୁଅ ସୁଧୀର ବିଶୋୟୀ ଓ ରାମ ଚନ୍ଦ୍ର ବିଶୋୟୀ ଏହି ତିନି ଗଞ୍ଜେଇ ମାଫିଆଙ୍କଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ୍ କରିଛି ନବରଙ୍ଗପୁର ପୋଲିସ ।

କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରିଟିଙ୍କଠାରୁ ଅନୁମତି ପ୍ରାପ୍ତ କରିବା ପରେ ନବରଙ୍ଗପୁର ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମ୍ପତ୍ତି ସିଜ୍ କରିଛି ଜିଲ୍ଲା ପୋଲିସ । ସିଜ୍ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ । ଏହି ଅଭିଯୁକ୍ତ ମାନଙ୍କ ନାମରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ କେଶ ରହିଥିଲା । ଯାହାକୁ ଆଧାର କରି ଗତ ୨୦୨୨ ମେ’ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି ସ୍ମିତ ପରମାରଙ୍କ ତିନି ଅଭିଯୁକ୍ତଙ୍କ ସମ୍ପତ୍ତି ସିଜ୍ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ । ପାପଡାହାଣ୍ଡି ଏସପିଓ ଆଦିତ୍ୟ ସେନଙ୍କ ନେତୃତ୍ବରେ ଏହି ସିଜ୍ କରାଯାଇଥିଲା ।

ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ୍ କରିଥିଲା ନବରଙ୍ଗପୁର ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।