ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଞ୍ଜେଇ ମାଫିଆଙ୍କ ପାଇଁ ଅଶାନ୍ତ ହେଉଛି ଫୁଲବାଣୀ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଫୁଲବାଣୀ : ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ଫୁଲବାଣୀ ସହର ଦିନକୁ ଦିନ ଅଶାନ୍ତ ହୋଇପଡୁଛି। ପୂର୍ବରୁ ଶାନ୍ତ ସହର ଭାବେ ପରିଚିତ ଫୁଲବାଣୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଲାଣି। ବିଶେଷକରି ଗଞ୍ଜେଇ ମାଫିଆମାନେ ଚୋରା ଦେଶୀବନ୍ଧୁକ ଓ ବୋମା ବ୍ୟବହାର କରୁଥିବାରୁ ସାଧାରଣ ଲୋକେ ଆତଙ୍କିତ। ଗତ କିଛିଦିନ ତଳେ ଏଫ୍‌ସିଆଇ ଛକରେ ବୋମା ବିସ୍ଫୋରଣ ହେଉ କି ଗାଡ଼ି ଭଙ୍ଗାରୁଜା ଏବଂ ଆତଙ୍କରାଜ ଏବେ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଗତ ଦୁଇବର୍ଷ ତଳେ ଗଞ୍ଜେଇ ମାଫିଆମାନେ ଫୁଲବାଣୀ ସହରରେ ବିଚ୍‌ ରାସ୍ତାରେ ତତ୍କାଳୀନ ଗୋଚ୍ଛାପଡ଼ା ଥାନାଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣା ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ୍‌ର ଆଉ ଏକ ନମୁନା ଥିଲା।

ତତ୍କାଳୀନ ଗୋଛାପଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ନାୟକଙ୍କୁ ଗଞ୍ଜେଇ ମାଫିଆମାନେ ଫୁଲବାଣୀ ସହରରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ପକାଇଥିଲେ। ସେହିଭଳି ଗଞ୍ଜେଇ ଚଢ଼ଉରେ ଯାଇଥିବା କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌କୁ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ିରେ ଗଞ୍ଜେଇ ମାଫିଆ ବାନ୍ଧି ଅଟକ ରଖିବା ଘଟଣା ମଧ୍ୟ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହା ସହିତ ପ୍ରତି ମୁହୂର୍ତ୍ତରେ ଗଞ୍ଜେଇ କଳାବଜାରକୁ ନେଇ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ହଣାକଟା, ଗୁଳିକାଣ୍ଡ ଘଟୁଛି ଯାହାକି ଅନେକ ସମୟରେ ପୁଲିସ ନଜରକୁ ଆସିପାରୁନି। ଯୋଡ଼ା, ବଡ଼ବିଲ, ତାଳଚେର, ସୁକିନ୍ଦା, ବ୍ରଜରାଜନଗର, ଝାରସୁଗୁଡ଼ା ଭଳି ଖଣି ଖାଦାନ ଅଞ୍ଚଳରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ଭଳି କନ୍ଧମାଳ ଜିଲ୍ଲାରେ ଗଞ୍ଜେଇକୁ ନେଇ ସମାନ ଭାବେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଅନେକ ଗଞ୍ଜେଇ ମାଫିଆକୁ ପୁଲିସ ସୁରକ୍ଷା ଦେଉଥିବାରୁ ଏଭଳି ସ୍ଥିତି ଉପୁଜିଛି।

ଫୁଲବାଣୀ ସହରର ଗଞ୍ଜେଇ ମାଫିଆମାନେ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଆଦି ଅଞ୍ଚଳରେ ସେମାନଙ୍କର ଗଞ୍ଜେଇ ନେଟ୍‌ୱର୍କ ବୃଦ୍ଧି କରିବା ସହ ସେ ଅଞ୍ଚଳରୁ ବନ୍ଧୁକ, ଗୁଳିଗୋଳା ଓ ଅନ୍ୟାନ୍ୟ ମାରଣାସ୍ତ୍ର ହାସଲ କରୁଛନ୍ତି। ମାଫିଆମ‌ାନେ କନ୍ଧମାଳର ଗରିବ ଆଦିବାସୀଙ୍କୁ ଲଗେଇ ଦୁର୍ଗମ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ହଜାରହଜାର ଏକର ଜମିରେ ଗଞ୍ଜେଇ ଚାଷ କରୁଛନ୍ତି। ପୁଲିସ, ଅବକାରୀ ବିଭାଗ ଓ ବନବିଭାଗ ଏସବୁ ଜାଣି ସେମାନଙ୍କୁ ସୁରକ୍ଷା ଦେଇ ଆସୁଛି। ପ୍ରତିବର୍ଷ ଜାନୁଆରି ଓ ଫେବ୍ରୁଆରି ମାସ ବେଳକୁ ପୁଲିସ ଓ ଅବକାରୀ ବିଭାଗ ଲୋକ‌ଦେଖାଣିଆ ଭାବେ କେତେକ ସ୍ଥାନରେ ଚଢ଼ଉ କରି ଶହଶହ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରେ। ପ୍ରଶ୍ନ ଉଠେ, ପୁଲିସ ଏତେ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରେ ମାତ୍ର, ପୁଣି ଏତେ ପରିମାଣରେ ଗଞ୍ଜେଇ କେଉଁଠୁ ଆସେ? ଏହା ଏବେ ସାଧାରଣ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ପାଲଟିଛି। ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଅନେକ ଗଞ୍ଜେଇ ମାଫିଆ ଏବେ ଫୁଲବାଣୀ ସହରରେ ଖୁଲମଖୁଲା ବୁଲୁଛନ୍ତି। ସେମାନଙ୍କ ନାମ‌ରେ ଅନେକ ମାମଲା ଅଛି। ମାତ୍ର, ପୁଲିସ ଜାଣିଶୁଣି ସେମାନଙ୍କୁ ସୁରକ୍ଷା ଦେଇ ଆସୁଛି। ପୁଲିସର ଛତ୍ରଛାୟା ତଳେ ରହି ଗଞ୍ଜେଇ ମାଫିଆମାନେ ସହରରେ ଅପରାଧ ଘଟାଉଛନ୍ତି। ପୁଲିସ ନିରବଦ୍ରଷ୍ଟା ସାଜିଛି। ଏହି ଗଞ୍ଜେଇ ମାଫିଆମାନେ ଜଙ୍ଗଲରେ ହେଉଥିବା ଚାଷ ଅଞ୍ଚଳରୁ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ସୁରକ୍ଷିତ ଭାବେ ଗଞ୍ଜେଇ ଚାଲାଣ କରି କୋଟି କୋଟି ଟଙ୍କା ମୁନାଫା ଉଠାଉଛନ୍ତି। ଏଥିରେ ପୁଲିସ, ଅବକାରୀ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ସାମିଲ ଥିବା ନେଇ ଅଭିଯୋଗ ହୋଇ ଆସୁଛି।

ଅନ୍ୟପଟେ ଗଞ୍ଜେଇ ମାଫିଆ ବେଆଇନ ଅସ୍ତ୍ରଶସ୍ତ୍ର ରଖି ବଳୀୟାନ ହୋଇ ସହରରେ ଆତଙ୍କ ସୃଷ୍ଟି କରୁଛନ୍ତି। ଏମାନଙ୍କ ନିକଟରେ ଏତେ ପରିମାଣର ମାରଣାସ୍ତ୍ର ଓ ଦେଶୀ ବନ୍ଧୁକ କେଉଁଠୁ ଆସୁଛି, ପୁଲିସ କେବେ ବି ତାହାର ଛାନଭିନ୍‌ କରୁନି କିମ୍ବା ପୁରୁଣା ମାମଲା ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। କନ୍ଧମାଳ ପୁଲିସ କେବଳ ନକ୍ସଲ ଅପରେସନ ମଧ୍ୟରେ ନିଜର କର୍ତ୍ତବ୍ୟକୁ ସାରି ଦେଉଛି। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନି ବୋଲି ସହରରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।