ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ନଡିଆ ବୋଝେଇ ଟ୍ରକରେ ଚାଲାଣ ବେଳେ ମାଡିବସିଲା ପୋଲିସ

ମୁନିଗୁଡ଼ା ୦୨।୦୬ : ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ବଡ଼ ସଫଳତା। ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ନଡିଆ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଉତ୍ତର ପ୍ରଦେଶ କୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ ରେ ପଡିଗଲା ଏହି ମିନି ଟ୍ରକ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ହାଜାରଡାଙ୍ଗ ଗାଁ ନିକଟରେ ଗାଡି ମଟର ଯାଞ୍ଚ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ନଡିଆ ବୋଝେଇ ମିନି ଟ୍ରକ କୁ ସନ୍ଦେହ କରିଥିଲା ପୋଲିସ । ଘଟଣାସ୍ଥଳରୁ ମିନିଟ୍ରକ କୁ ଜବତ କରି ଥାନରେ ଯାଞ୍ଚ କରିବା ସମୟରେ ୩୪ ବସ୍ତା ନଡିଆ, ୧୭ ବସ୍ତା ଗଞ୍ଜେଇ ଓ ୧୧ ବସ୍ତା ନଡିଆକତା ମିଳିଥିଲା । ଓଜନ ପରେ ୧୭ ଟି ବସ୍ତାରୁ ୫ କ୍ୟୁଣ୍ଟାଲ ୧୦ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର କୁ ପୋଲିସ ଗିରଫ କରିଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ ଲକ୍ଷ ରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।