ବାଲିଗୁଡା ୧୭/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବ୍ରାଉନ ସୁଗାର ବେପାର । ଗଂଜେଇ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଥିବା ବାଲିଗୁଡା ସହରରେ ଏବେ ବ୍ରାଉନ ସୁଗାର ବ୍ୟବସାୟ ଖୁବ ଜମୁଛି ନିଶାରେ କବଳିତ ହେଉଛନ୍ତି ଯୁବ ଗୋଷ୍ଠୀ । ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡା ଏସଡିପିଓ ଜି. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗତ ରାତିରେ ହନୁମାନ ମନ୍ଦିର ନିକଟରୁ ଦୁଇଜଣକୁ ଗିରଫ କରିଛି ।
ଗିରଫ ଦୁଇ ବ୍ରାଉନ ସୁଗାର ମାଫିଆଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଇମ୍ରାନ ଖାନ ଏବଂ ଅନ୍ୟଜଣେ ବାଲିଗୁଡା ଡୁମୁଡିସାହିର ଶେଖ ନୟାବ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ପାଞ୍ଚ ଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରି ବାଲିଗୁଡା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ ଯେ ଦୀର୍ଘଦିନ ହେବ ବାଲିଗୁଡା ଅଞ୍ଚଳରେ ବ୍ରାଉନ ସୁଗାର ନିଶାରେ ଯୁବଗୋଷ୍ଠା କବଳିତ ଥିବା ପୋଲିସ ପାଖରେ ଖବର ଥିଲା ଏନେଇ ନିଶା ମାଫିଆଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ଥିଲା । ଚଢ଼ାଉବେଳେ ଅତିରିକ୍ତ ତହସିଲଦାର ବୀରେନ୍ଦ୍ର ତ୍ରିପାଠୀଙ୍କ ସମେତ ବାଲିଗୁଡା ପୋଲିସ ଟିମ୍ ଉପସ୍ଥିତ ଥିଲେ l