ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଞ୍ଜେଇ ଚୋରା ଚାଲାଣ, ବାପ-ପୁଅ ଗିରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ରାଜ୍ୟ ସାହଦୋଲ ଜିଲ୍ଲା ଅମାଲି ଥାନା ଅନ୍ତର୍ଗତ ଅମାଲି ଗାଁର ସନ୍ତୋଷ ପଟେଲ (୪୯) ଓ ତାଙ୍କ ପୁଅ ପ୍ରିନ୍ସ ପଟେଲ (୨୨)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ କେଜି ୮୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳ ୫ଟାରେ ଏସ୍‌ଆଇ ଅନିଲ ବେହେରାଙ୍କ ନେତୃତ୍ବରେ ପିଏସ୍‌ଆଇ ସୌମ୍ୟ ବରାଳ, କନେଷ୍ଟବଳ କବିରାଜ ପଧାନ ଓ ଓଏପିଏଫ୍‌ ପରମା ପଧାନ ପ୍ରମୁଖ ତରଭା ଥାନା ଅଧୀନସ୍ଥ ୫୭ ନମ୍ବର ଜାତୀୟ ରାଜପଥ ଉପରେ ପାଟ୍ରୋଲି° କରୁଥିଲେ। ଏହି ସମୟରେ ସୋନପୁର ପଟରୁ ୨ଜଣ ବ୍ୟକ୍ତି ଏକ ବାଇକରେ ଆସୁଥିବା ଦେଖିବାକୁ ପାଇଥିଲେ। ବଡ଼ବାହାଲି ଛକ ପାଖରେ ସନ୍ଦେହରେ ଅଟକାଇ ବାଇକ (ଏମ୍‌ପି ୧୮ ଏମ୍‌ଏଚ୍‌ ୮୯୪୪)କୁ ଯାଞ୍ଚ କରିବାରୁ ଗଞ୍ଜେଇ ମିଳିଥିଲା।

ଥାନାରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ତାହା ୪ କେଜି ୮୭୦ ଗ୍ରାମ ହୋଇଥିଲା। ଏହା ବାଦ ପୁଲିସ ଉଭୟ ବାପ ପୁଅଙ୍କ ପାଖରୁ ୨୮୦୦ ନଗଦ ଟଙ୍କା ମଧ୍ୟ ଜବତ କରିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଉଭୟ ବାପପୁଅଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ତଥା ଆଇଆଇସି ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।