ଅପରାଧ ରାଜ୍ୟ

ଗଞ୍ଜାମର କଳଙ୍କିତ ରାଜନୈତିକ ଅପରାଧର ଇତିହାସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ଼ ତାଲିକା ଖୁବ୍‌ ଲମ୍ବା। ବିଗତ ଦିନରେ କଥା କଥାକେ ହତ୍ୟା, ଅପହରଣ ଭଳି ଘଟଣା ଗଞ୍ଜାମ ଜିଲ୍ଲାକୁ ବେଶ୍‌ ବଦନାମ କରିଛି। ଏଭଳି ଅପରାଧିକ ଷଡ଼୍‌ଯନ୍ତ୍ରରୁ ବାଦ୍‌ ପଡ଼ି ନାହାନ୍ତି ଜନପ୍ରତିନିଧି ଓ ନେତା। ଜଣେ ପୁଲିସ ଏଏସ୍‌ଆଇଙ୍କ ଗୁଳିମାଡ଼ରେ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟିଥିଲା। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏଭଳି ପ୍ରାୟ ୧୩ଜଣ ଜନପ୍ରତିନିଧି ଓ ଟାଣୁଆ ନେତାଙ୍କୁ ଗତ ପ୍ରାୟ ୨୩ବର୍ଷରେ ହତ୍ୟା କରାଯାଇଛି। ଏହି ୧୩ଜଣ ମୃତକଙ୍କ ତାଲିକାରେ ବ୍ଲକ୍‌ ଅଧ୍ୟକ୍ଷ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ, ପୂର୍ବତନ ସରପଞ୍ଚ, କାଉନ୍‌ସିଲର୍‌ ଓ ଜଣାଶୁଣା ନେତା ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜଣେ ବ୍ଲକ୍‌ ଅଧ୍ୟକ୍ଷ, ୩ଜଣ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ଦୁଇଜଣ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ନବେ ଦଶକରେ ୧୯୯୮ରେ ଆସିକା ଏନ୍‌ଏସିରେ ପୂର୍ବତନ ଅଧ୍ୟକ୍ଷ ସାହେବ ପରିଡ଼ାଙ୍କୁ ବିଚ୍‌ ରାସ୍ତାରେ ହତ୍ୟା କରାଗଲା। ସେ ଏକ ଶବାଧାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଭିଡ଼ ଭିତରେ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ଏହି ଘଟଣା ସେ ସମୟରେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହାପରେ ୨୦୦୨ରେ ପୁଣିଥରେ ଆସିକାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଦୁର୍ବୃତ୍ତମାନେ ଆସିକା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଉମା ଚରଣ ବିଷୋୟୀଙ୍କୁ ଅପହରଣ ପରେ ଗୁଳି କରିବା ସହିତ ବେକ କାଟି ହତ୍ୟା କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୧୦ରେ ସେପ୍ଟେମ୍ବର ମାସରେ ଛତ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ତଥା ବରିଷ୍ଠ ସିପିଆଇ ନେତା ଏନ୍‌.ସୀମାଞ୍ଚଳ ରେଡ୍ଡିଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରା ଯାଇଥିଲା।

୨୩ ବର୍ଷରେ ଗଡ଼ିଛି ୧୩ ଜନପ୍ରତିନିଧି, ନେତାଙ୍କ ମୁଣ୍ଡ
ମୃତକଙ୍କ ମଧ୍ୟରେ ବ୍ଲକ୍‌, ଏନ୍‌ଏସି ଅଧ୍ୟକ୍ଷ, ପୂର୍ବତନ ସରପଞ୍ଚ, କାଉନ୍‌ସିଲର୍‌

ଘଟଣା ଦିନ ସେ ଚମାଖଣ୍ଡିରେ ଏକ ଦଳୀୟ ବୈଠକରେ ଯୋଗଦେଇ ଘରକୁ ଫେରିଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦୁଇଜଣ ଯୁବକ ଆସି ସୀମାଞ୍ଚଳଙ୍କ ଉପରକୁ ପ୍ରାୟ ୧୦ ରାଉଣ୍ଡ୍‌ ଗୁଳି ଫୁଟାଇଥିଲେ। ଏଥିରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହାପରେ ୨୦୧୫ ନଭେମ୍ବର ମାସରେ ବୁଗୁଡ଼ା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ବୁଦ୍ଧଖୋଲରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ୨୦୨୧ ଜାନୁଆରି ୨୦ତାରିଖରେ ବେଗୁନିଆପଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୨୦୧୭ ସେପ୍ଟେମ୍ବର ମାସରେ ଛତ୍ରପୁର ଯୁବ ବିଜେଡି ନେତା ତଥା କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ୨୦୧୪ ଜୁଲାଇ ମାସରେ ଛତ୍ରପୁରର ଅନ୍ୟତମ ଜଣାଶୁଣା ସିପିଆଇ ନେତା ସାକୁରା ବେହେରାଙ୍କୁ ହତ୍ୟା କରାଯାଇଥିଲା।

ବ୍ରହ୍ମପୁର ସହରରେ ଗତ ୨୦୧୯ରେ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେ ହେଉଛନ୍ତି କଂଗ୍ରେସ ନେତା ମନୋଜ ଜେନା। ୨୦୧୯ ସାଧାରଣ ନିର୍ବାଚନରେ ଆସିକା ବିଧାନସଭା ଆସନରୁ ସେ କଂଗ୍ରେସ ଟିକଟରେ ପ୍ରାର୍ଥୀ ହୋଇଥିଲେ। ୨୦୧୯ ମେ ୨୩ ତାରିଖ ଭୋଟ ଗଣତି ଥିଲା। ମନୋଜ ତାଙ୍କର ସହଯୋଗୀଙ୍କ ସହିତ ଏକ କାର୍‌ରେ ୨୨ତାରିଖ ରାତିରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିଲେ। ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ଦୁଇଟି ବାଇକ୍‌ରେ ୫/୬ଜଣ ଦୁର୍ବୃତ୍ତ ଆସି ମନୋଜଙ୍କୁ ଗୁଳି କରି ଓ ଗଳା କାଟି ଚମ୍ପଟ ମାରିଥିଲେ। ୨୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ବ୍ରହ୍ମପୁରରେ ଗତ ୨୦୨୧ ନଭେମ୍ବର ୫ତାରିଖରେ କୁକୁଡ଼ାଖଣ୍ଡି ବ୍ଲକ୍‌ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ସୁକୁଣ୍ଡା ରାସ୍ତାରେ ହତ୍ୟା କରାଯାଇଥିଲା।

୨୦୦୮ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତିଙ୍କୁ ଆସିକାରେ ହତ୍ୟା କରାଯାଇଥିଲା। ୨୦୦୯ରେ ବିଜେଡି ନେତା ସୁଦର୍ଶନ ପରିଡ଼ା ଓରଫ୍‌ ସୁଦୁରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ପୁଅ। ସେହିପରି ୨୦୧୯ରେ ଶେରଗଡ଼ ବ୍ଲକ୍‌ କୁଲାଗଡ଼ ପଞ୍ଚାୟତର ପୂର୍ବତନ ସମିତି ସୁବାସ ଚନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ କ୍ଷମତା ଲୋଭ ଓ ରାଜନୖତିକ ଶତ୍ରୁତା ରହିଥିବା ପୁଲିସର ତଦନ୍ତରେ ଜଣାପଡ଼ିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।