ଅପରାଧ ରାଜ୍ୟ

ଗଜରାଜଙ୍କ ୬ ଘଣ୍ଟା ଆତଙ୍କ: ଘର ଭାଙ୍ଗିଲେ, ପନିପରିବା ନଷ୍ଟ କଲେ, ବନ ବିଭାଗ ଟିମ୍ ସହ ମୁହାଁମୁହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ମୋଟାବାଡ଼ି ପଞ୍ଚାୟତ ଅଧୀନ ଝାଟିକାବାଡ଼ି ଗ୍ରାମରେ ଗତକାଲି ରାତିରେ ଗୋଟିଏ ଦନ୍ତା ସମେତ ୩ଟିକିଆ ହାତୀପଲ ପଶି ୬ ଘଣ୍ଟା କାଳ ଆତଙ୍କ ଖେଳାଇଛନ୍ତି। ଗୋଟିଏ କଚ୍ଚାଘରକୁ ଭାଙ୍ଗିଦେବା ସହ ବ୍ୟାପକ ପରିମାଣର ପନିପରିବା, ଧାନ ଓ କାନ୍ଦୁଲ ଖାଇ ନଷ୍ଟ କରିପକାଇଛନ୍ତି।

ଗତ କିଛିଦିନ ହେଲା ଗ୍ରାମ ନିକଟରେ ହାତୀପଲଙ୍କ ଗତିବିଧି ଜାରି ରହିଥିଲା। ହାତୀପଲ ଗତକାଲି ଗାଁ ମୁହାଁ ହୋଇଥିବାରୁ ‌ଏନେଇ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଥିଲା। ଏହାସହ ହାତୀଙ୍କ ସୁରକ୍ଷାକୁ ନଜର‌ରେ ରଖି ବିଦ୍ୟୁତ୍ ସରବରାହକୁ ବିଚ୍ଛିନ୍ନ କରାଯାଇଥିଲା। ତେବେ ରାତି ପ୍ରାୟ ୧୧ଟା ବେଳେ ୩ଟି ହାତୀ ଗାଁ ଭିତରେ ପଶିଥିଲେ। ତାଟିକବାଟ ପକାଇ ଘର ଭିତରେ ଲୋକଙ୍କ ଭିତରେ ଛନକା ପଶିଯାଇଥିଲା। ଆଉ କୁଡ଼ିଆରେ ରହୁଥିବା କିଛି ଲୋକ ଜୀବନ ବଞ୍ଚାଇବାକୁ ପଡ଼ୋଶୀଙ୍କ ଛାତଘର ଉପରକୁ ଦୌଡ଼ି ପଳାଇଥିଲେ।

ଫରେଷ୍ଟର୍ ସୁକାନ୍ତ କୁମାର ପଟ୍ଟନାୟକ ସଦଳବଳେ ଗାଁକୁ ଆସିଥିଲେ। ହାତୀପଲ ସହ ମୁହାଁମୁହିଁ ହୋଇଥିଲେ ହେଁ ସେଠାରୁ ଘଉଡ଼ାଇବାକୁ ସାହସ ଜୁଟାଇ ନପାରି କର୍ମଚାରୀମାନେ ମଧ୍ୟ ଛାତ ଉପରକୁ ପଳାଇଥିଲେ। ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ହାତୀପଲଙ୍କୁ ନିଆଁହୁଳା ଦେଖାଇ ହୋହଲ୍ଲା କରିଥିଲେ। ତେବେ ହାତୀପଲ ଧାନ ଓ କାନ୍ଦୁଲ ସରିବା ପର୍ଯ୍ୟନ୍ତ ଖାଇଚାଲିଥିଲେ। ଏଭଳି ଭାବେ ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ହାତୀପଲ ଗାଁ ଭିତରେ ନିର୍ଭୟ‌ରେ ‌ଏଣେତେଣେ ବୁଲୁଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।